ମହିଳା ସୁରକ୍ଷା ଓ ସଶକ୍ତିକରଣ ଆଲୋଚନା ଚକ୍ର

ଗୁଣପୁର,(ୱାଇଏନଏସ): ଗୁଣପୁର ମହାବିଦ୍ୟାଳୟର ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ୍ ପକ୍ଷରୁ “ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା ଓ ଅଭିମୁଖୀକରଣ” ଶୀର୍ଷକ ଏକ ଦିବସୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ବି.ଶ୍ରୀହରି ପଟ୍ଟନାୟକଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ତାମିଳା ପରାସେଠ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହିଳା ସୁରକ୍ଷା, ସାମ୍ବିଧାନିକ ଅଧିକାର ଏବଂ ସମାଜରେ ନାରୀଙ୍କ ସଶକ୍ତ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ା ଯୋଗଦେଇ ନାରୀ ସଶକ୍ତିକରଣର ଐତିହାସିକ ପୃଷ୍ଠଭୂମି, ବର୍ତ୍ତମାନର ସାମାଜିକ ପରିପ୍ରେକ୍ଷୀ ଓ ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଜଗନ୍ନାଥ ଦୀପ, ସୁନୀତା ଗମାଙ୍ଗ, ଆଇ.ସି.ସି. ସଂଯୋଜିକା ମହିଳାଙ୍କ ସୁରକ୍ଷା ନିମନ୍ତେ ପ୍ରଚଳିତ ଆଇନ, ଯୌନ ଉତ୍ପୀଡ଼ନ ନିରୋଧ ବ୍ୟବସ୍ଥା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଭୂମିକା ଉପରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼ଃ ଦୀପିକା ପଟ୍ଟନାୟକ, ଶକ୍ତିଶ୍ରୀ ସଂଯୋଜିକା ଏବଂ ଅଧ୍ୟାପିକା ଚିତ୍ରା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିବା ସହ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ, ସ୍ୱାବଲମ୍ବୀ ଏବଂ ସଚେତନ ନାଗରିକ ହେବା ପାଇଁ ଆହ୍ୱାନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ