ନୃତ୍ୟଗୁରୁଙ୍କ ଉଦେଶ୍ୟରେ ସ୍ମୃତି ସଭା

ଗୁଣପୁର,(ୱାଇଏନ ଏସ) : ଗୁଣପୁରରେ ଜୀବନ ବ୍ୟାପି ନିଜର କଳା ସାଧାନା ନିମନ୍ତେ ନୃତ୍ୟାଙ୍ଗନା ସ୍ଵର୍ଗତ ସସ୍ମିତା ପଣ୍ଡାଙ୍କୁ ତାଙ୍କ ଅଵର୍ତମାନରେ ଗୁଣପୁର ମାଟି ସବୁବେଳେ ମନେ ରଖିବ। ଅତି କମ ଦିନରେ ନୃତ୍ୟ ଗୁରୁ ସସ୍ମିତା ସମସ୍ତ କୁନି କୁନି ଝିଅ ଓ ଅବିଭାବକଙ୍କ ହୃଦୟରେ ଜାଗା ବନେଇ ସମସ୍ତଙ୍କୁ ନିଜର କରିବାରେ ସକ୍ଷମ ହୋଇପାରିଥିଲେ। ସରସ୍ୱତୀ ଶିଶୁ ମନ୍ଦିର ସମ୍ମିଳନୀ କକ୍ଷରେ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କ ବିୟୋଗରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଯୋଗଦେଇ ଶୁଭେଚ୍ଛୁ ମାନେ ଏହିଭଳି ମତବ୍ୟକ୍ତ କରିଥିଲେ। ଏହି ସ୍ମୃତି ସଭାରେ ତାଙ୍କର କୁନି କୁନି ନୃତ୍ୟଶିଳ୍ପୀ ଏବଂ ଅଭିଭାବକ ମାନେ ଯୋଗଦେଇ ତାଙ୍କ ସହ ରହିଥିବା ସ୍ମୃତିକୁ ସ୍ମରଣ କରି ଭଦ୍ରକ ଜିଲ୍ଲାରୁ ଆସି ରାୟଗଡ଼ା ଓ ଗୁଣପୁର ଅଞ୍ଚଳରେ ଓଡିଶୀ ନୃତ୍ୟ ଶିକ୍ଷାର ପ୍ରସାର ପାଇଁ ତାଙ୍କ ଅବଦାନକୁ କେହି ଭୁଲିପାରିବେ ନାହିଁ ବୋଲି କହିଥିଲେ। ଏହା ବ୍ୟତୀତ ରାଜ୍ୟ ଓ ରାଜ୍ୟ ବାହାରେ ନିଜର ନୃତ୍ୟ କଳା ପ୍ରଦର୍ଶନ କରି ଗୁଣପୁର ଅଞ୍ଚଳର ସୁନାମ ରଖିଥିଲେ, ତାଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ କଳା ଜଗତ ଜଣେ ପ୍ରଖର ନୃତ୍ୟ ଗୁରୁଙ୍କୁ ହରାଇଛି। ଶିକ୍ଷକ ସଂଜୀବ ପଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପ ଦେଇ ଶୁଭେଚ୍ଛୁ ମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅଵସରରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସୌରଭ ଜୈନ, ଅଶ୍ୱିନୀ ତ୍ରିପାଠୀ, ପ୍ରଶାନ୍ତ ହୋତା, ଦୁର୍ଗା ପ୍ରସାଦ ଶତପଥୀ, ଦିଲ୍ଲୀପ ଚୌଧୁରୀ, ନିଖିଳ ପାଣିଗ୍ରାହୀ, ରମେଶ ମିଶ୍ର, ଦିଲୀପ ମହାପାତ୍ର, ଉମା ଶଙ୍କର ଦାଶ, ଛାତ୍ରୀ ଅଂଶିକା ପଟନାୟକ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା,ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ କମଳାକାନ୍ତ ଖୁଣ୍ଟିଆ,ସଂଜୀବ ପଟନାୟକ ପ୍ରଫୁଲ୍ଲ ଶତପଥି ଗୁରୁଜୀ ପରିଚାଳନା କରିଥିଲେ। ଉଲେଖଯୋଗ୍ୟ ଗତ ଶନିବାର ସସ୍ମିତାଙ୍କ ସମେତ ୩ ଜଣ ଶେଫାଳି ପାହାଡ଼ ରାମେଶ୍ୱର ମନ୍ଦିରରୁ ଦର୍ଶନ କରି ଫେରୁଥିବା ସମୟରେ ସ୍କୁଟି ଦୁର୍ଘଟଣା ଘଟି ନୃତ୍ୟ ଗୁରୁ ସ୍ଵର୍ଗତ ସସ୍ମିତା ପଣ୍ଡାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ