ସୋସୋରେ ସମାପନ ହେଲା ଶାରଦୀୟ ଦୁର୍ଗାପୂଜା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ୍ ସୋସୋ ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ୩୬ ବର୍ଷ ଧରି ଚାଲୁଥିବା ମା’ଙ୍କ ପୂଜା ମହାଆଡ଼ମ୍ବର ସହକାରେ ଆରମ୍ଭ କରାଯାଇ ସମାପନ କରାଯାଇଛି। ଗତ ଶୁକ୍ରବାର ବିଲ୍ବାଧିବାସ କରାଯାଇ ଥିବାବେଳେ ଶନିବାର ନିକଟସ୍ଥ ଶାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯିବା ପରେ ମହାସପ୍ତମୀ ପୂଜା କରାଯାଇଥିଲା। ପଣ୍ଡିତ ମାନଙ୍କର ବେଦମନ୍ତ୍ରରେ ମା’ଙ୍କ ପୂଜା କରାଯିବା ସହ ମହାଷ୍ଟମୀ ପୂଜାଦିନ ଶହ ଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ ସାମିଲହୋଇ ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଗତକାଲି ସକାଳେ ପୂର୍ଣ୍ଣାହୁତୀ ପ୍ରଦାନ କରାଯିବା ସହିତ ଅପରାଜିତା ପୂଜା କରାଯାଇ ବିସର୍ଜନ ଦିଆ ଯାଇଥିଲା। । ପ୍ରତିଦିନ ସଂଧ୍ୟାରେ ଭଜନ କୀର୍ତ୍ତନ ଆଦି କରାଯାଇଥିଲା ।ସଭାପତି ବସନ୍ତ କୁମାର ରାଉତ, ସମ୍ପାଦକ ପ୍ରମୋଦ କୁମାର ରାଉତ କୋଷାଧକ୍ଷ ବିନୋଦ କୁମାର ପହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀମନ୍ତ କୁମାର ରାଉତ, ଦେବାଶିଷ ପ୍ରଧାନ, ଦିପ୍ତେଶ କୁମାର ରାଉତ, ସୁଶୀଲ କୁମାର ପହି, ବିମଳ କୁମାର ଦୋରା , ଅଜିତ୍ କୁମାର ପହି, ଶ୍ରବଣ କୁମାର ରାଉତ, ଅରବିନ୍ଦ ବାରିକ , ବିଶ୍ୱଜିତ୍ ନାୟକ, ସ୍ୱାଧୀନ କୁମାର ରାଉତ,ସତ୍ୟପ୍ରିୟ ସମରେଶ, ଦେବପ୍ରକାଶ ପ୍ରଧାନ ,ସାର୍ଥକ ରାଉତ,ବିଭୂତି ଭୂଷଣ ରାଉତ, ରାମଚନ୍ଦ୍ର ଦୋରା , ବସନ୍ତ ବାରିକ , କେଦାର ରାଉତ ,ଅଜୟ କୁମାର ପହି , ଦୁର୍ଗା ପ୍ରସାଦ ଆରୁକ୍ , ମାନସ କୁମାର ନାୟକ, ଜ୍ଞାନରଞ୍ଜନ ରାଉତ , ମନୋରଞ୍ଜନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


