କୃଷକ ପଞ୍ଜିକରଣ ସମ୍ୱନ୍ୱିତ କୃଷିର ଜିଲ୍ଲାସ୍ତରୀୟ ବୈଠକ

ଛତ୍ରପୁର,: ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ କୃଷି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ କ୍ରପ ସର୍ଭେ, କୃଷକ ପଞ୍ଜିକରଣ, ଧାନ ଅମଳ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ଓ ସମ୍ୱନ୍ୱିତ କୃଷି ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ  ଜିଲ୍ଲାପାଳ  ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ  ମନୋରଞ୍ଜନ ରାଉଳ ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ କିଭଳି ସୁଚାରୁରୂପେ ଶସ୍ୟକାଟ କରାଯାଇ ସଠିକ ଆକଳନ କରାଯାଇପାରିବ ତାହା କହିଥିଲେ, ସରକାରୀ ସ୍ତରରେ ସମସ୍ତ ସୁବିଧା ପାଇବା ପାଇଁ ଏଗ୍ରିଷ୍ଟାକ ମାଧ୍ୟମରେ କୃଷକ ପଞ୍ଜିକରଣ କରିବାର ଆବଶ୍ୟକତା, ଡିଜିଟାଲ ଫସଲ ସର୍ଭେ ଜମି ଚାଷର ସଠିକ ତଥ୍ୟ ପାଇବା ଉପରେ ଜିଲ୍ଲାପାଳଙ୍କୁ ଅବଗତ କରେଇଥିଲେ, ସମ୍ୱନ୍ୱିତ ଚାଷ ରେ କିଭଳି ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସ୍ୱଚ୍ଛଳ ହେବ ତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ, ଶେଷରେ ଚଳିତ ରବି ଋତୁରେ ଜିଲ୍ଲାରେ ପ୍ରାୟ ୪୮୦୦୦ ହେକ୍ଟର ଧାନ ଅମଳ ପରବର୍ତ୍ତୀ ପଡିଆ ଜମିରେ ଡାଲି ଓ ତୈଳବୀଜ ଫସଲ ଚାଷ କରାଯିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାଉଳ ଜିଲ୍ଲାପାଳଙ୍କୁ ଅବଗତ କରେଇଥିଲେ… ଉପରୋକ୍ତ ସମସ୍ତ ଯୋଜନା କିଭଳି ସୁଚାରୁରୂପେ ହେବ ତାହା ଉପରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ  ଭି କୀର୍ତ୍ତି ଭାସନ ପରାମର୍ଶ ଦେଇଥିଲେ..
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ  ମନୋରଞ୍ଜନ ରାଉଳ,ଉପ ଉଦ୍ୟାନ କୃଷି ଅଧିକାରୀ  ଲଳିତ କୁମାର ପଣ୍ଡା, ଉପନିବନ୍ଧକ ସମବାୟ ସମିତି, ବ୍ରହ୍ମପୁର  ପ୍ରମୋଦ କୁମାର ବସ୍ତିଆ,ପରିସଂଖ୍ୟାନ ସହକାରୀ ନିର୍ଦେଶକ  ଅରୁଣ କୁମାର ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷ, ଲିଡ଼ ବ୍ୟାଙ୍କ ମ୍ୟାନେଜେର ହେମଚନ୍ଦ୍ର ସାହୁ,ଜିଲ୍ଲା ଉନ୍ନୟନ ପରିଚାଳକ ନାବାର୍ଡ  ସଂଜୀବ ମିଶ୍ର, ଜିଲ୍ଲାର ସମସ୍ତ କୃଷି ଜିଲ୍ଲା ଅଧିକାରୀ, ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ଯୋଜନା ଅଧିକାରୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ