ପୁତୁରାଙ୍କ ମାଡ଼ରେ ଦାଦା ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ପାଟପୁର ଥାନା ଫାସିବନ୍ଧ ଗାଁର ପ୍ରକାଶ ଗୌଡ଼(୬୫) ନାମକ ଜଣେ ବୃଦ୍ଧ ଙ୍କୁ ତାଙ୍କ ପୁତୁରା ଭାଲୁ ଓରଫ ସତ୍ୟବାଦୀ ଗୌଡ଼ ଘାତକ ଆକ୍ରମଣ କରିଛନ୍ତି।ଆକ୍ରମଣରେ ଦାଦା ପ୍ରକାଶ ଗୁରୁତର ଆହାତ ହୋଇଛନ୍ତି। ଗାଁ ର କୋଠଘର ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟାରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି।ପ୍ରକାଶ ଙ୍କ ଦିବ୍ୟାଙ୍ଗ ପୁଅ ସିମାଞ୍ଚଳ ଗୌଡ଼ ଙ୍କୁ ଗ୍ରାମର ସତ୍ୟବାଦୀ ଗୌଡ଼ ଓରଫ ଭାଲୁ ଏକ କାଠଖଣ୍ଡ ଦ୍ଵାରା ମାଡ଼ ମାରୁଥିଲେ।ବାପା ପ୍ରକାଶ ଛଡ଼ାଇବାକୁ ଯିବାରୁ ସତ୍ୟବାଦୀ ଉତ୍ତେଜିତ ହୋଇ ତାଙ୍କୁ ମୁଣ୍ଡ କୁ କାଠଖଣ୍ଡ ରେ ମାଡ଼ ମାରିଥିଲେ। ତାଙ୍କୁ ପରିବାର ଲୋକେ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ