ଶ୍ରୀନାଥ ନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡାର ଡିୟୁସବଲ  କ୍ରିକେଟ ଦଳ ଟିଟିଲାଗଡ଼-11 ଦଳକୁ ହରାଇ ଚମ୍ପିୟାନ ହୋଇଛି,କଳାହାଣ୍ଡି ଜିଲ୍ଲା ସାନ୍ତପୁରର  ଆରକେଏସଏସ ଖେଳ ପଡିଆ ଠାରେ ୟଙ୍ଗ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଶ୍ରୀନାଥ ନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରେ ମୁନିଗୁଡା ଦଳ ଚମ୍ପିୟାନ ହୋଇଛି,ଫାଇନାଲ ମେଚରେ ମୁନିଗୁଡା ଦଳ ଟଚ ଜିତି ପ୍ରଥମେ ବେଟିଙ୍ଗ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରୋନ କରିଥିଲେ, ବ୍ୟକ୍ତିଗତ ଭାବେ ତପନ ପଣ୍ଡା ୭ଟି ଚୌକା ମାରି ୨୯  ରୋନ କରିଥିଲେ,ସେହିପରି ବଳଭଦ୍ର ୨୫ ରୋନ କରିଥିଲେ, ଏହି ରୋନକୁ ପିଛା କରି ଟିଟିଲାଗଡ଼-11 ଦଳ ୧୮.୪ ଓଭରରେ ୧୩୪ ରୋନ କରି ସମସ୍ତ ବିକେଟ ହରାଇ ପରାଜୟର ସାମନା କରିଥିବା ବେଳେ ମୁନିଗୁଡା ଦଳ ଚମ୍ପିୟାନ ହୋଇଥିଲା, ବୋଲିଙ୍ଗରେ ମୁନିଗୁଡା ଦଳ ତରଫରୁ ଗୌତମ କୁମାର ୪ ଟି,ସ୍ୱାଗତ ସୌମ୍ୟ ଲେଙ୍କା ୩ଟି ଓ ଦୀପକ ସମନ୍ତରାଇ ୨ଟି ବିକେଟ ନେଇଥିଲେ, ଫାଇନାଲ ମେଚରେ ମୁନିଗୁଡା ଦଳର ଗୌତମ କୁମାରଙ୍କୁ ମେନ ଅଫ ଦି ମେଚ ଭାବେ ଚୟନ କରାଯାଇଥିଲା, ଫାଇନାଲ ମେଚର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମିତି ସଭ୍ୟ ଜୟ ମେହେର,ସରପଞ୍ଚ ଗିରିଧାରୀ ମାଝୀ,ସତ୍ୟନାରାୟଣ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଚାମ୍ପିଯାନ ହୋଇଥିବା ମୁନିଗୁଡା ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ,ସେହିପରି ଟୁର୍ନାମେଣ୍ଟର ମେନ ଅଫ ଦି ସିରିଜ ଭାବେ ମୁନିଗୁଡା ଦଳର ତପନ ପଣ୍ଡା,ବେଷ୍ଟ ବୋଲର ଭାବେ ସଞ୍ଜୟ ବାଥଲିଆଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରିଥିଲେ, ଉକ୍ତ ଫାଇନାଲ ମେଚକୁ ଅମ୍ପାୟାର ଭାବେ ଲଡ଼ୁ କିଶୋର ସାହୁ ଓ ଦୁର୍ଯ୍ୟୋଧନ ମାଝୀ ପରିଚାଳନା କରିଥିବା ବେଳେ ଏହି ଟୁର୍ନାମେଣ୍ଟ ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ମୋଟ ୮ଟି ଦଳ ଭାଗ ନେଇଥିଲେ,ଉକ୍ତ ଟୁର୍ନାମେଣ୍ଟକୁ ସାନ୍ତପୁର ୟଙ୍ଗ ଷ୍ଟାର କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ