ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଓସ୍ୱାସ ଫାଇଲ କାର୍ଯ୍ୟ, ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଛଡା ପ୍ରତ୍ୟେକ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଏବଂ ପୂର୍ବରୁ ଅଭିଯୋଗ ଶୁଣାଣି ଶିବିରରେ ଆସିଥିବା ଅଭିଯୋଗ ଗୁଡିକର ସମୀକ୍ଷା ସହ ୧ ତାରିଖରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ଟି ନୂତନ ଶଯ୍ୟା ଆରମ୍ଭ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଏହାଛଡା ଏମଏସଏମଇ ପାର୍କ ନିର୍ମାଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏତଦ୍‌ବ୍ୟତୀତ ସାମ୍ବାଦିକ ମାନେ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ରାସ୍ତା, ଜଳସେଚନ, ପାନୀୟ ଜଳ, ଟ୍ରାଫିକ ସମସ୍ୟା, ଭୁତଳ ଜଳ, ରାସ୍ତା ପ୍ରଶକ୍ତିକରଣ, ବେଆଇନ ପାର୍କିଂ, ଦାଦନ ସମସ୍ୟା ସମେତ ସାମ୍ବାଦିକଙ୍କ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗୃହ ଯୋଗାଇଦେବା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ