ଚନ୍ଦ୍ରଗିରିରେ ଶୁଦ୍ଧ ଶବର ସମାଜ ବୈଠକ

ମୋହନା,(ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଶିବ ମନ୍ଦିରରେ ଶୁଦ୍ଧ ଶବର ସମାଜ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶୁଦ୍ଧ ଶବର ସମାଜ ବ୍ଲକ ଉପ ସଭାପତି ସତ୍ୟ ନାରାୟଣ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି l ବିଶେଷ କରି ଗତ କିଛି ବର୍ଷ ହେଲା ଶୁଦ୍ଧ ଶବର ଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳୁନଥିଲା l ଫଳରେ  ଶୁଦ୍ଧ ଶବର ପିଲାମାନେ ପାଠ ପଢ଼ାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ l ଏଥିପାଇଁ ସମାଜ ପକ୍ଷରୁ ଅନେକ ବାର ଆନ୍ଦୋଳନ ସହ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ତଥାପି ଜାତିଗତ ପ୍ରମାଣ ପତ୍ର ମିଳୁନଥିଲା l ତେବେ ଏନେଇ ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶୁଦ୍ଧ ଶବର ସମାଜ କର୍ମକର୍ତା l ଏହାପରେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଶୁଦ୍ଧ ଶବର ଙ୍କୁ ଶବର ଜାତି ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି l ଏଥିପାଇଁ ଏହି ବୈଠକରେ କୃତଜ୍ଞତା ଜଣାଇଛନ୍ତି ଶୁଦ୍ଧ ଶବର କର୍ମକର୍ତା l ଏହି ବୈଠକରେ ଶୁଦ୍ଧ ଶବର ସମାଜ ସର୍ବୋଚ୍ଚ ପରାମର୍ଶଦାତା ରାଘବ ନାୟକ, କାମଦେବ ବଡନାୟକ, ରମା ରମଣ କାର୍ଜି, ତ୍ରିନାଥ ନାୟକ, ବ୍ଲକ ସମ୍ପାଦକ ତାରିଣୀ ପାଇକ, ସହ ସମ୍ପାଦକ ସନ୍ତୋଷ ପାଇକ, କୋଷାଧକ୍ଷ ଅଭିମନ୍ୟୁ ରଇତ,ପୂର୍ବତନ ସରପଞ୍ଚ ପଞ୍ଚାନନ ପାଇକ ଓ ସମିତି ସଭ୍ୟ ଚରଣ ରଇତ ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ