ଭାରତମାତା ମୂର୍ତ୍ତି ଭଙ୍ଗା ଘଟଣାରେ ଚାପା ଉତେଜନା
କଲ୍ୟାଣସିଂହପୁର(ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଶିକର ପାଇ ଗ୍ରାମ ଆରମ୍ଭରେ ଥିବା ଭାରତ ମାତା ମୂର୍ତ୍ତିକୁ କିଏ ଦୁର୍ବୁତ୍ତ ଭାଙ୍ଗିବା ଘଟଣାରେ ଅଞ୍ଚଳରେ ଚାପ ଉତେଜନା ସୃଷ୍ଟି ହୋଇଛି।ଏ ସଂକ୍ରାନ୍ତରେ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ବାରମ୍ବାର ଶିକର ପାଇ ଗ୍ରାମର ଆରମ୍ଭରେ ଥିବା ଭାରତ ମାତା ମୂର୍ତ୍ତିକୁ ଦୃବୁତ ଭାଙ୍ଗିବା ନେଇ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ କିଛି ମାସ ପୂର୍ବେ କିଏ ମୂର୍ତ୍ତିର ମୁକୁଟ ଭାଙ୍ଗି ଦେଇଥିଲେ। ସେହି ସମୟରେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କାଟିହିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ପୁଣି ଗତ ରାତ୍ର ଭାରତ ମାତାର ହାତ ଭାଙ୍ଗି ଦେଇଥିବା ଘଟଣା ଗ୍ରାମବାସୀଙ୍କ ଦେଶ ମାତୃକା ପ୍ରତି ଅପମାନ ହୋଇଛି ବୋଲି ପୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମର ମନଜ ସେଠି, ବିଜୟ ଗୌଡ଼, ସନ୍ତୋଷ ସାହୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଥାନାର ଏସ ଆଇ ସଞ୍ଜୟ ବରିହା ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ ଲାରିଥିବା ଜଣା ପଡିଛି।ଏହି ଘଟଣାକୁ ପୋଲିସ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକିରହିଲା।


