ସମାଜସେବୀଙ୍କ ବନ୍ଧୁମିଳନ ଓ ଚାରାରୋପଣ କାର୍ଯ୍ୟକ୍ରମ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ସାଧୁଗୋସ୍ୱାମୀ ପୀଠ ପରିସରରେ ଏକ ବନ୍ଧୁମିଳନ ଉତ୍ସବ ଓ ଚାରାରୋପଣ କାର୍ଯ୍ୟକ୍ରମ ସାମାଜସେବୀଙ୍କ ଦ୍ୱାରା ରବିବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ବିନୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଦୀପକ କୁମାର ବିଶ୍ୱାଳ ଯୋଗ ଦେଇ ଚାରାରୋପଣ କରିଥିଲେ। ପରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ଯୋଗ ଦେଇ ଆମ ଅଂଚଳରେ ରହୁଥିବା ଅସହାୟ, ଅବହେଳିତ ଜନସାଧାରଣଙ୍କୁ କିପରି ସହଯୋଗର ହାତ ବଢାଇବା ଏହା ଉପରେ ମତବ୍ୟକ୍ତ କରିଥିଲେ। ତାଙ୍କ ସହିତ ଭିକାରୀ ସ୍ୱାଇଁ, ପ୍ରକାଶ ଜେନା, ସହଦେବ ପାଳ, ଦୀପକ ଜେନା, ବିବେକାନନ୍ଦ ବାରିକ, ନିତ୍ୟାନନ୍ଦ ବିଶ୍ୱାଳ, ଗଣେଶ କୁମାର ମୁଦୁଲି ଆଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ