ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରାଜା ସାହେବଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଞ୍ଜାମ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ଉନ୍ନତି ନିମନ୍ତେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ l ଏହା ପରେ ଅନୁଷ୍ଠିତ ‘ ରାଜା ଶ୍ରୀ ହରିହର ମର୍ଦ୍ଦରାଜ : ବ୍ୟକ୍ତି ଓ ବ୍ୟକ୍ତିତ୍ୱ ‘ ଶୀର୍ଷକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ l ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ନିଜ ବକ୍ତବ୍ୟରେ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ବଂଶ ପରିଚୟ, କୃତୀ, କୃତିତ୍ୱ ଓ ନେତୃତ୍ୱ ସମ୍ପର୍କରେ ବିଶେଷ ବ୍ୟାଖ୍ୟା କରି ତାଙ୍କୁ ‘ ନବ ଓଡ଼ିଶା ‘ ର ଅନ୍ୟତମ ନିର୍ମାତାର ଆଖ୍ୟା ଦେଇଥିଲେ l ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଉପ କୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଆଇ. କ୍ୟୁ. ଏ. ସି ର ସଂଯୋଜକ ଡ. ଗୌତମ ସାବତ ପ୍ରମୁଖ ମଞ୍ଚାସୀନ ଥିଲେ l ଏ ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ର ଅଭିଷେକ ସାମନ୍ତରାୟ, ଅମ୍ବିକା ପ୍ରସାଦ ମହାପାତ୍ର, ସୌରଭ କାନ୍ତ ତ୍ରିପାଠୀ, ନନ୍ଦନ ସାହୁ, ଆର. ଧବଳେଶ୍ୱର ରେଡ଼ି ପ୍ରମୁଖ ନିଜ ରଚିତ କବିତା ଆବୃତ୍ତି ଓ ବକ୍ତୃତା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡ. ଯତୀନ ବିଷୋୟୀ, ଡ. ସସ୍ମିତା ବେହୁରା,ଡ. ବନମାଳୀ ପାଣିଗ୍ରାହୀ, ଡ. ସୁସ୍ମିତା ପଟ୍ଟନାୟକ, ଡ. ରାଜେନ୍ଦ୍ର ବିଷୋୟୀ, ଡ. ତନୁଜ ବିଷୋୟୀ, ଡ. ବିଭୂ ପ୍ରସାଦ ସାହୁ, ଡ. ଇନ୍ଦ୍ରାଣୀ ସାହୁ,ଡ. ରଶ୍ମିତା ପଣ୍ଡା, ଲିପୁନ ସାହୁ, ସୁଶ୍ରୀ ସ୍ବର୍ଣ୍ଣଲତା ବିଷୋୟୀ, ନିଷ୍ପେସିତା ଜେନା, ସୁନିତା ସାହୁ, ମାକସୁଦ ଅହମ୍ମଦ, ଶ୍ରୀଯୁକ୍ତ ଅକ୍ଷୟ ପଣ୍ଡା ପ୍ରମୁଖଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ