ସୁନ୍ଦରାପାଳ ଠାରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ହାଟଡିହି (ଓ୍ବାଇଏନଏସ) ଗଡ଼ଚଣ୍ଡୀ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ସୁନ୍ଦରାପାଳ ମିନି ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ରାଜ୍ୟର ଚାରୋଟି ପ୍ରମୁଖ ଦଳ ଅଂଶଗ୍ରହଣ କରିଛନ୍ତି। ଆଜି ଫ୍ୟୁଚର କ୍ରିକେଟ କ୍ଲବ ଭୁବନେଶ୍ୱର ଓ ସି.ଏ.ସି ଇଞ୍ଜାନପୁର ଯାଜପୁର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫ୍ୟୁଚର କ୍ରିକେଟ କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୦୪ ରନ କରିଥିବା ବେଳେ ତାର ଜବାବରେ ସି.ଏ.ସି ଇଞ୍ଜାନପୁର ୧୩.୫ ଓଭରରେ ୪ଉଇକେଟ ହରାଇ ୧୦୮ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ରୋହିତ ସାଗର ୪୦ ବଲରେ ୬୩ ରନକରିଥିଲେ । ସି.ଏ.ସି ଇଞ୍ଜାନପୁର ଯାଜପୁର ର ଆକାଶ ତ୍ରିପାଠୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ସାର୍ଥକ ରଞ୍ଜନ ବିଶ୍ୱାଳ ଓ ଶାନ୍ତନୁ ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ସୁଶାନ୍ତ ବେହେରା ଖେଳର ଧରାବିବାରୀ ପ୍ରଦାନ କରିଥିବା ବେଳେ ସ୍ମୁରାଳ ସାହୁ, ଜ୍ୟୋତି ରଞ୍ଜନ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ସତ୍ୟବ୍ରତ ରାଉତ, ପ୍ରଦ୍ୟୁମ୍ନ ରାଉତ, ହିମା ମଲ୍ଲିକ, ଦେବବ୍ରତ ରାଉତ, ତାରିଣୀ ସେଠୀ, ଖଗେଶ୍ୱର ମଲ୍ଲିକ, ପଦ୍ମନାଭ ସାମଲ, ପ୍ରିୟବ୍ରତ ରାଉତ, କାଠି ପାତ୍ର ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି। ଆସନ୍ତାକାଲି ଆର.ସି.ସି ରାଉରକେଲା ଓ ଯୁନାଇଟେଡ଼ ଇଲେଭେନ ବ୍ରହ୍ମପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।


