ଡ଼ିମିରିଆ ପ୍ରାଥମିକ ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ହାଟଡିହି(ଓ୍ବାଇଏନଏସ): ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ହାଟଡିହି ବ୍ଲକ ଡ଼ିମିରିଆ ପ୍ରାଥମିକ ବିଦ୍ୟାଳୟରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବିବେକାନନ୍ଦ ବେହେରାଙ୍କ ସଂଯୋଜନାରେ  ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପାଣିକୋଇଲିର ଅଧ୍ୟକ୍ଷ ଅଭିମନ୍ୟୁ ଭଟ, ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ, ଗଞ୍ଜାମର ଅବସରପ୍ରାପ୍ତ ବିଇଓ ହରେକୃଷ୍ଣ ମହାପାତ୍ର, ଜବାହର ନବୋଦୟ ବିଦ୍ୟାଳୟ ପାଣିକୋଇଲିର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର, ଉତ୍କଳ ସ୍ୱାଭିମାନ ମଞ୍ଚ ପୁରୀର ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ, ନୟାଗଡ଼ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀଧର ସାମନ୍ତରାୟ, ଭଦ୍ରକର ବାଦଲ କିଶୋର ମହାପାତ୍ର, ଅରୁଣ କୁମାର ମହାପାତ୍ର, ସତ୍ୟବାଦୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆର୍ତତ୍ରାଣ ମଲ୍ଲିକ, ପୁରୀ ସଦର ବ୍ଲକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର, ପୁରୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା କର, ନୂଆ ସୋମେଶ୍ୱରପୁର ସତ୍ୟବାଦୀ ପୁରୀ ସ୍କୁଲ ପରିଚାଳନା କମିଟିର ସଭାପତି ସୁରରାଜ ମିଶ୍ର ପ୍ରମୁଖ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ, ମଧୁବାବୁ ଓ ସୁବାସ ବୋଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ସହ ମହାପୁରୁଷ ମାନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଉତ୍କଳ ସ୍ୱାଭିମାନମଞ୍ଚ ପକ୍ଷରୁ ଗୋପବନ୍ଧୁଙ୍କ ମୂର୍ତ୍ତି, ସମ୍ବାଦର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିବେକାନନ୍ଦ ବେହେରା ସୁବାସ ବୋଷଙ୍କ ପ୍ରତିମୂର୍ତ୍ତି ସ୍କୁଲକୁ ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଚକ୍ରଧର ବାରିକ, ଉପାଧ୍ୟକ୍ଷ ଲିପିନା ବାରିକ, ସଭ୍ୟ ସୁକାନ୍ତ ବେହେରା, ରବୀନ୍ଦ୍ର ଖଟୁଆ, ଅଭିମନ୍ୟୁ ବସନ୍ତିଆ, ରାମଚନ୍ଦ୍ର ମହାନ୍ତି, ବାମନ ଚରଣ ବେହେରା, ଗୋବିନ୍ଦ ବାରିକ, ଅନାମ ରାଉଳ, ପୂର୍ବତନ ସରପଞ୍ଚ ଚିନ୍ତାମଣି ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏମ.ଇ ସ୍କୁଲ ପ୍ରଧାନ ଶିକ୍ଷକଅଜୟ କୁମାର ରାଉଳ, ସହକାରୀ ଶିକ୍ଷକ ପପନ ସ୍ୱାଇଁ, ସତ୍ୟଭାମା ବେହେରା, ସୌମ୍ୟ ରଞ୍ଜନ ବଳ ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ