ଚୋରା ମଦ ଜବତ :୯ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଶେଷ ସୂତ୍ରରୁ ଖବରପାଇ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଜମ୍ବୁ ସାମୁଦ୍ରିକ ଓ ରାଜକନିକା ଥାନ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରଭାକରପୁର ଗ୍ରାମର ବଚନ ଖିଲାର(୩୭), ବିଭୁତି ଖିଲାର(୨୯) ଓ ଟୁନି ଖିଲାର(୨୭)ଙ୍କ ଠାରୁ ୬୦ ଲିଟର ଦେଶୀ ରନ୍ଧା ମଦ ଓ ୨୯୦୦ ଲିଟର ଗୁଡ ପୋଚ, କେନେଙ୍ଗା ଗ୍ରାମର ଆଦିକାନ୍ତ ମଳିକ(୩୬)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ ଓ ଅଛୁତପୁର ଗ୍ରାମର ଶଶଧର ମଳିକ(୩୯)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ, ବରକୋଳି ଖୋଳା ଗ୍ରାମର ସୁନିଲ ମଣ୍ଡଳ(୩୧)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, ହିମାଂଶୁ ମାଇତି(୨୪)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ହାଡ଼ୁ ଗିରି(୨୯)ଙ୍କ ଠାରୁ ୩୯ ଲିଟର ବିଦେଶୀ ମଦ, କଜଳପାତିଆ ବତୀଘର ଗ୍ରାମର ଭିଗୁରାମ ଦାସ(୨୫)ଙ୍କ ଠାରୁ ୨୨ ଲିଟର ଦେଶୀମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୩୧୨୪ ଲିଟର ବିଦେଶୀ, ଦେଶୀ ଓ ଗୁଡପୋଚ ଚୋରାମଦ ଜବତ କରାଯାଇ ୯ ଜଣଙ୍କୁ ୁକୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ଉପନିରିକ୍ଷକ କଳ୍ପନା ରାଉତ, ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ