ଜାତୀୟ ରାଜପଥରେ ବେଆଇନ ପାର୍କିଂ ହେଲେ କଡା କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜାତୀୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ହେବା ସହ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ତଥା ଅଂଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ ବିଶାଲ ସିଂହ ଜାତୀୟ ରାଜପଥରେ ବେଆଇନ ପାର୍କିଂ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବେଆଇନ ପାର୍କିଂ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠି ନମ୍ବର ୫୫୨୯ ତା ୦୩/୧୦/୨୦୨୫ ରେ ଉଲ୍ଲେଖ ରହିଛି । ଜାତୀୟ ରାଜପଥ ୨୦ର ରାମଚନ୍ଦ୍ରପୁର-ରିମୁଳି-ଚମ୍ପୁଆ,ଜାତୀୟ ରାଜପଥ ୪୯ର ତୁରୁମୁଙ୍ଗା ଠାରୁ ବିଞ୍ଜବାହାଳ,ଜାତୀୟ ରାଜପଥ ୫୨୦ର ରିମୁଳି ଠାରୁ ରୁଗୁଡି,ଜାତୀୟ ରାଜପଥ ୨୨୦ର ଢେଙ୍କିକୋଟ-ପାଟଣା-ସାହାରପଡା,ନରଣପୁର-ଡୁବୁରୀ,ଜାତୀୟ ରାଜପଥ-୭୨୦ ର ନରଣପୁର ଠାରୁ ବ୍ରାହ୍ମଣୀପାଳ,ପୂର୍ତ୍ତ ବିଭାଗ ଏକ୍ସପ୍ରେସ ୱେ(୨) ରଣାଶାଳଘାଟିଠାରୁ ଯୋଡା-ବାମେବାରୀ-ପଳାଶପଙ୍ଗା ରାସ୍ତାରେ ଏହି କଟକଣା ୧ ମାସ ପାଇଁ ଜାରୀ କରାଯାଇଛି ।