ବିଧାୟକଙ୍କ ଦ୍ୱାରା ସୁଭଦ୍ରାଶକ୍ତି କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଖାଣ୍ଡବାରେ ଗ୍ରାମ ପଞ୍ଚାୟତସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣି ଗୃହ ଉଦ୍‌ଘାଟିତ ହୋଇଯାଇଛି। ପାରଳା ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାପୂର୍ବରୁ ବିଧାୟକ ଗ୍ରାମରେ ଥିବା ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରେ ସୁଭଦ୍ରାଶକ୍ତି କେନ୍ଦ୍ରରେ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, କାଶୀନଗର ବ୍ଲକ୍ ଅଧ୍ୟକ୍ଷା ବାଲା ସାଇଆମ୍ମା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏସ୍.କଲ୍ୟାଣୀ, ଜିଲ୍ଲା ପରିଷଦ ସଦସ୍ୟ ରୋକମ୍ ରାଜଲକ୍ଷ୍ମୀ, ନାଏବ ସରପଞ୍ଚ ରୋକମ ସତୀଶ, ସମିତିସଭ୍ୟ ଜଗନ୍ନାଥ ଦୋରା, ସରପଞ୍ଚ ତେଜେଶ୍ଵର୍ ରାଓ ଓ ସ୍ଥାନୀୟ ସରପଞ୍ଚ ମାଧବୀ ଚୌଧୁରୀ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ