ପାରଳା ପୁଲିସର ସଫଳତା: ୫ଲକ୍ଷ ଟଙ୍କାର ଚୋରି ଅଳଙ୍କାର ଉଦ୍ଧାର; ୪ ଜଣ ଗିରଫ

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସକୁ ମିଳିଛି ବଡ ସଫଳତା | ଚୋରି ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାରକୁ ଉଦ୍ଧାର କରିବା ସ‌ହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ ରାଣୀପେଣ୍ଠ ଗ୍ରାମର ଜି. ଲକ୍ଷ୍ମୀନାରାୟଣା ରାଓ (22). ଦାନାନା ଗଣେଶ (୨୫), ମିଶାଲା ବିବେକ (୨୭) ଏବଂ ପାରଳାଖେମୁଣ୍ଡି ସହରର କଣ୍ଡରା ସାହିର କିରଣ ଧବାଲ୍ (୨୦) ବୋଲି ଜଣା ପଡିଛି. ଘଟଣାରୁ ପ୍ରକାଶ,  ଚଳିତ ମାସ ୧୦ ତାରିଖରେ  ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମର ପି ଚିନ୍ନପାଡୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କିଛି ଦୁର୍ବୃତ୍ତ ପଶିଥିଲେ। ଆଲମିରା ତାଲା ଭାଙ୍ଗି ୨ ତୋଳା ସୁନାର ଗହଣା, ୫୦ ତୋଳାରୁ ଅଧିକ ରୁପା ଗହଣା ସହ ନଗଦ ୨୫ ହଜାର ଟଙ୍କା ଚୋରି କରିଥିବା ନେଇ ପାରଳା ଥାନାରେ ଅଭିଯୋଗ ହୋଇଥିଲା. ଏହାପରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା | ତଦନ୍ତ ସମୟରେ, ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ଏବଂ ଘର ଚାରିପାଖର ଫୁଟେଜ ବିଶ୍ଳେଷଣ କରି ଦୁର୍ବୃତ୍ତଙ୍କ ପରିଚୟ ଜାଣିପାରିଥିଲେ | ମୁଖ୍ୟ ଦୁର୍ବୃତ୍ତଙ୍କୁ ଧରି ପୁଲିସ ପଚରାଉଚରା କଲାପରେ ସେ ଦୋଷ ସ୍ଵୀକାର କରି ତାଙ୍କ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ I ଚୋରି ହୋଇଥିବା ସୁନା ଓ ରୂପା ଗହଣା ଅଭିଯୁକ୍ତ ମାନଙ୍କଠାରୁ ଜବତ କରାଯାଇଛି । ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ