ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ ତରଫରୁ ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ ଓ ଉପ ସଭାପତି ମନୋରଞ୍ଜନ ଦଳାଇଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରେସ କ୍ଳବର ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଡମ୍ବୁରୁଧର ପଣ୍ଡା ପ୍ରମୁଖଙ୍କ ସମେତ ପ୍ରେସ କ୍ଳବର ଅନ୍ୟ ସଦସ୍ୟଙ୍କ ଉପସ୍ଥିତରେ ଜିଲ୍ଲାର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁରସ୍କାର ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଅତିଥି ଓ ପ୍ରେସ କ୍ଲବର ସଦସ୍ୟ ମାନେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ ଦୀର୍ଘ ବର୍ଷ ଧରି ଜିଲ୍ଲାରେ କାର୍ଯ୍ୟରତ ବେଳେ ତାଙ୍କର କାର୍ଯ୍ୟଶୈଳୀ ଓ ସାମ୍ବାଦିକ ମାନଙ୍କ ପ୍ରତି ଥିବା ତାଙ୍କର ସହାନୁଭୂତି ଓ ସହଯୋଗକୁ ନେଇ ପ୍ରଶଂସା କରିବା ସହ ବିଶେଷ କରି ମୁନିଗୁଡା ପ୍ରେସ କ୍ଳବ ସହିତ ରହିଥିବା ତାଙ୍କର ସମ୍ପର୍କ ଓ ସଦସ୍ୟ ମାନଙ୍କ ପ୍ରତି ଆପଣାର ଭାବକୁ ଓ ତାଙ୍କର ଆଗାମୀ ଚାକିରି ଜୀବନ ସୁଖ,ଶାନ୍ତିରେ କଟୁ ବୋଲି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ ଜିଲ୍ଲାରେ କାର୍ଯ୍ୟରତ ବେଳେ ମୁନିଗୁଡା ପ୍ରେସ କ୍ଳବ ପ୍ରତି ଥିବା ତାଙ୍କର ଭଲ ପାଇବା ଓ ପ୍ରେସ କ୍ଳବ ପ୍ରତି ତାଙ୍କର ଦୁର୍ବଳତା ରହିଛି ବୋଲି କହିବା ସହ ସରକାରୀ ଚାକିରି ଜୀବନରେ ବିଦାୟ ନିଶ୍ଚୟ ରହିଛି କିନ୍ତୁ ଦୀର୍ଘ ବର୍ଷ ଧରି ସମସ୍ତଙ୍କ ପ୍ରତି ରହିଥିବା ଅଭୁଲା ସ୍ମୁର୍ତି ଗୁଡିକୁ ଭୁଲିବା ବହୁତ କଷ୍ଟକର ବୋଲି ଭାବ ବିହୁଳ ହୋଇ ପ୍ରକାଶ କରିଥିଲେ। ଶେଷରେ ପ୍ରେସ କ୍ଳବର ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପଡୋଶୀ ବିଷମକଟକ ବ୍ଲକର ସାମ୍ବାଦିକ ପ୍ରସନ କୁମାର ପଣ୍ଡା, ପ୍ରେସ କ୍ଳବର କୋଷାଧକ୍ଷ ନରେଶ ପାତ୍ର,ଗଣେଶ ପ୍ରସାଦ ପାତ୍ର, ପ୍ରମୋଦ ସାହୁକାର,ରଘୁନାଥ ବେହେରା, ଜି.ମୁରଲୀ, କୈଳାଶ ଲାବଲା,ସୁକାନ୍ତ ସେଠୀ,ଧନୁ କୁସୁଲିଆ,ରାଜେଶ ପ୍ରସାଦ ସାହୁ,ଦକ୍ଷ ଭାତ୍ରା,ସୁଦିପ ମିଶ୍ର, ପ୍ରସାଦ ସାହୁକାର,ସନାତନ ନାୟକ,ବି.ଆନନ୍ଦ,ଭି.ପ୍ରବୀଣ କୁମାର, ପି.ରାମବାବୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମନେ ଉପସ୍ଥିତ ରହିଥିଲେ।


