ସୁନାଖଣ୍ଡି ପଂଚାୟତରେ ବିକାଶ ବାହନ ଭବ୍ୟ ସ୍ବାଗତ

କଲ୍ୟାଣସିଂହପୁର,(ଏଙ୍କଟେଶ୍ୱର ପାଢ଼ୀ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସୁନାଖଣ୍ଡି ଗ୍ରାମ ପଂଚାୟତ ଜଗନ୍ନାଥ ପୁର ଠାର ବିକାଶ ବାହନ ଗାଡ଼ି କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକ ବିଶେଷ ସଭା ଅନୁଷ୍ଠିତ ହେଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଞ୍ଜୟ ନିଶିକା ଉପସ୍ଥିତ ରହି ଉଦଘାଟନ କରିଥିଲେ।ସମ୍ମାନିତ ଅତିଥିଭାବେ ସମିତି ସଭ୍ୟ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କାମାକ୍ଷୀ ସନ୍ତୋଷ କୁମାର ସାହୁ ସଭା ପରିଚାଳନା କରିଥିଲେ ଏଥିରେ  ଜଙ୍ଗଲ ଜମି ପଟ୍ଟା ବଂଟନ କରା ଯାଇଥିବା ବେଳେ ରେସନ କାର୍ଡ,  ଭତ୍ତା ଟଙ୍କା ଅନ୍ତର୍ଭୁକ୍ତ କରାଯାଇଥିଲା, ଅନ୍ତୋଦୟ ଗୃହ ଯୋଜନାରେ ସାମିଲ୍ କରାଯାଇଥିଲା ।  ସଂସ୍କୃତି ସଙ୍ଘ ର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ସରକାରଙ୍କ ହୁମୂଖୀ ଯୋଜନା ଗୁ ଡି କ ବିଷୟରେ ଜନସଚେତନତା ସୃଷ୍ଟି କରିଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ନିଜ ନିଜ ବିଭାଗର ଜନ କଲ୍ୟାଣ ଯୋଜନା ବିଷୟରେ ବୁଝେଇ କହିଥିଲେ । ଥିରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ୍ବିକେ ଏସଏଚଜି ମହିଳା ମାନେ ଯୋଗଦେଇ ଥିଲେ। ପିଇଓ ଶ୍ରୀ ସାହୁ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ