କିଶୋର ଓ କିଶୋରୀ ମାନଙ୍କର ପ୍ରତିଭା ଚୟନ କାର୍ଯ୍ୟକ୍ରମ.

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ପୌରପାଳିକା କାର୍ଯ୍ୟାଳୟ ପରିସରରେ କିଶୋର ଓ କିଶୋରୀ ମାନଙ୍କର ଏକ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ମ୍ୟୁନିସିପାଲିଟି ଆଇ ସି ଡି ଏସ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସଂଗୀତ,ଚିତ୍ରାଙ୍କନ,ସାମାଜିକ ଗଣମାଧ୍ୟମରେ ରିଲସ ତିଆରି,ଆତ୍ମନିର୍ଭର ହେବା ପାଇଁ କୌଶଳ,ଶାରୀରିକ ଅଭିବୃଦ୍ଧି ଖେଳ ସମ୍ପର୍କରେ ପ୍ରତିଯୋଗିତା ହୋଇଥିଲା.କୃତି ପ୍ରତିଯୋଗୀ ମାନଙ୍କୁ ଉପ ନଗରପାଳ କୈଳାଶ ସେଠି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି,ପ୍ରକଳ୍ପ ଅଧିକାରିଣୀ ସୁବର୍ଣ୍ଣମଣି ବେହେରା  ,ସି ଡି ପି ଓ ପ୍ରଭାବତୀ ନନ୍ଦ, ଉଵାଚକ ମହାନ୍ତି,    ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ପ୍ରତିଯୋଗୀ ମାନଂକୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ