ଦକ୍ଷିଣ ଓଡ଼ିଶା ପର୍ଯ୍ୟଟନର ମୁଖଶାଳା ହେବ ତପ୍ତପାଣି : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରତୀକ ତଥା ପ୍ରକୃତିଦତ୍ତ ଆରୋଗ୍ୟ କ୍ଷେତ୍ର  ତପ୍ତପାଣି ଉଷ୍ଣ ପ୍ରସବଣ  ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ବିକ ଭିତ୍ତିଭୂମି ର ବିକାଶ ସହ  ଜନଜାତି ଲୋକଙ୍କ  ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ଅଟନ୍ତି।  ରାଜ୍ୟ ସରକାରଙ୍କ ପକ୍ଷରୁ  ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ  ଦେବା ସହ  ଦକ୍ଷିଣ ଓଡ଼ିଶାର ପ୍ରବେଶ ଦ୍ୱାର ତପ୍ତପାଣି ଠାରୁ ଜିରାଙ୍ଗ ବୌଦ୍ଧ କ୍ଷେତ୍ର, ମହେନ୍ଦ୍ରଗିରି, ରାୟଗଡା, କୋରାପୁଟ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ସୋମବାର ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ୧୨ କୋଟି ଟଙ୍କା ଅନୁଦାନ ରେ ତପ୍ତପାଣି ଉଷ୍ଣ ପ୍ରସବଣ  ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ଵିକ ଉନ୍ନୟନ ପ୍ରକଳ୍ପ ର ଶିଳାନ୍ୟାସ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ। ତପ୍ତପାଣି ଅଞ୍ଚଳର ପ୍ରାକୃତିକ ସବୁଜିମାର ସୁରକ୍ଷା ସହ ନେଚରଥେରାପି ବା ପ୍ରାକୃତିକ ରୋଗ  ଉପଚାର ପାଇଁ ବ୍ୟାପକ ବେଲବଣ ସୃଷ୍ଟି କରାଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଉଥୁବା ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥି ସହ ଆଗାମୀ ଦିନରେ ପୋଡ଼ାମାରି ଗ୍ରାମ ନିକଟ ମା’ ବେହେରା ପାତ୍ର ଶକ୍ତିପୀଠକୁ ମଧ୍ୟ ଅନୁଦାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।  ଗତ ସରକାର ଅମଳରେ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୨ କୋଟି ବିନିଯୋଗ ହୋଇଥିବା ବେଳେ କୌଣସି ଉନ୍ନୟନ କାର୍ଯ୍ୟ ହୋଇନଥିଲା। ଏବେ କଥା ଅପେକ୍ଷା କାମ କୁ ବିଶ୍ୱାସ କରୁଥିବା ରାଜ୍ୟ ସରକାର ତପ୍ତପାଣି ର ଉନ୍ନୟନ ସହ ଶକ୍ତିପୀଠ ମା ‘ ତାରାତାରିଣୀ, ଗୋପାଳପୁର ସାମୁଦ୍ରିକ ବେଳାଭୂମି ,ଖଲିକୋଟ, ରମ୍ଭା, ସୋନପୁର ସମେତ ରାମାୟଣ ଯୁଗର ପୂଣ୍ୟଭୂମି ମହେନ୍ଦ୍ରଗିରି ର ମଧ୍ୟ ବିକାଶ କରାଯିବ।  ତପ୍ତପାଣି ପର୍ଯ୍ୟଟନ ବିକାଶ ର ମୁଖଶାଳା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।  ତପ୍ତପାଣି ଠାରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସମାବେଶରେ ଅନ୍ୟତମ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ, ଖଣି ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଆସିକା ଏମ.ପି ଅନିତା ଶୁଭଦର୍ଶିନୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଏସ.ପି ଶୁଭେନ୍ଦୁ କୁମାର ପାତ୍ର , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ,ସରପଞ୍ଚ କବିତା ଗମାଙ୍ଗ, ଭାଜପା ଘୁମୁସର ଜିଲା ସଭାପତି ବିଜୟ କୁମାର ସ୍ବାଇଁ, ଭାଜପା ର ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ। ଛତ୍ରପୁର ଉପଜିଲାପାଳ ପ୍ରମୋଦ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ  ତପ୍ତପାଣି ଉନ୍ନୟନ କମିଟି, ବେହେରାପାତ୍ର ମନ୍ଦିର ଉନ୍ନୟନ କମିଟି ଓ ଟି.ଗୋବିନ୍ଦପୁର ପଞ୍ଚାୟତ ର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।ତପ୍ତପାଣି ଅଞ୍ଚଳର ଜନଜାତି ମହିଳା, ପୁରୁଷ  ପାରମ୍ପରିକ  ନୃତ୍ୟ,ଗୀତ ମାଧ୍ୟମରେ ମନ୍ତ୍ରୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ପାଟପୁର ଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା । ତପ୍ତପାଣି ଉନ୍ନୟନ କାର୍ଯ୍ୟ  ଦାୟିତ୍ୱ ରେ ଥିବା ପୂର୍ତ୍ତ ବିଭାଗ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ