ଘରକୁ ଘର ବୁଲି ଚାଲିଛି ଜନଗଣନା

ଛତ୍ରପୁର,(ଓ୍ବାଇଏନଏସ):  ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନାପରେ ୧୬ ଠାରୁ ୧୮ ତାରିଖ ପ୍ରର୍ଯ୍ୟନ୍ତ ଜନଗଣନା କାରୀମାନେ  ଘରକୁ ଘର ବୁଲି ନମ୍ବରିଂ କରିଥିଲେ । ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଏହି ଘର ଗଣନା ପ୍ରକ୍ରିୟା ସଫଳତାର ସହ ଗଞ୍ଜାମ ଜିଲାରେ ସରିଛି । ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଥିବା ଗଣନାକାରୀମାନେ ଘରକୁ ଘର ବୁଲି ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି ।  ଗଞ୍ଜାମ ଜିଲାରେ ୬୪୧୭ ଜଣ ଗଣନାକାରୀ ଓ ୧୧୦୨ ସୁପରଭାଇଜର ନିୟୋଜିତ ହୋଇଥିବା ବେଳେ ୧୦ ଲକ୍ଷ ୬୧ ହଜାର ୭୬୦କୋଠାଘର ବା ବିଲିଡିଂ ସଂଖ୍ୟା ରହିଥିବା ବେଳେ ୧୧ ଲକ୍ଷ ୮୬ ହଜାର ୮୮୨ ଟି ଗୃହ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗଣନାକାରୀ ପ୍ରତି ଘର ଚିହ୍ନଟ କରି ନମ୍ବରିଂ କରିଛନ୍ତି । ଏବେ ମେ ୧୫ ତାରିଖ ଯାଏଁ ଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ଜନଗଣନାକାରୀ ମାନେ ନିଜ ନିଜ ମୋବାଇଲରେ ଏଚଏଲଭି ଆପ୍ ଡାଉନଲୋଡ କରିଛନ୍ତି । ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଅପଲୋଡ୍ କରିବେ । ସମସ୍ତ ତଥ୍ୟ ଅନଲାଇନ ପୋର୍ଟାଲରେ ଅପଲୋଡ କରାଯାଉଛି, ଏହା ସ୍ୱଛତା ବଜାୟ ରହିବ ।  ଜନଗଣନାକାରୀ ଘରକୁ ଘର ବୁଲିବା ସମୟରେ ନିଜର ସାଥିରେ ପରିଚୟ ପତ୍ର ଏବଂ ନିଯୁକ୍ତି ପତ୍ର ନେବେ । ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତର ଦେବେ । ଏହି ଜନଗଣନାରେ ଜିଲାର ସମସ୍ତ ନାଗରିକମାନେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଗଞ୍ଜାମ ଜିଲାପାଳ ।ଆମ ଜନଗଣନା ଆମ ବିକାଶ, ବିକଶିତ ଦେଶ ଗଠନ ପାଇଁ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ । ଜନଗଣନା କରୁଥିବା ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଠିକ ଓ ନିର୍ଭୁଲ ତଥ୍ୟ ଦେବାକୁ ଜିଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି । ୨୦୧୧ ପରେ ପୁଣି ଦିର୍ଘ ବର୍ଷ ବ୍ୟବଧାନ ପରେ ଏହି ଜଣଗଣନା କରାଯାଉଛି । ପ୍ରଥମ ଥର ପାଇଁ ଡିଜିଟାଲ ପଦ୍ଧତିରେ ଏହା କରାଯାଉଛି । ୨୦୧୧ ରେ ଗଞ୍ଜାମ ଜିଲାରେ ୩୫ ଲକ୍ଷ ୨୯ ହଜାର ୩୧ ଜଣ ଜନସଂଖ୍ୟା ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ