ଶ୍ରୀଜଗନ୍ନାଥ ମନ୍ଦିରର ଠାକୁର ରାଜା କେଦାର ନାଥ ସ୍ବାଇଁଙ୍କ ବିୟୋଗ
ନାଉଗାଁ, (ଓ୍ବାଇଏନଏସ) : ନାଉଗାଁ ବ୍ଲକ ଅନ୍ତର୍ଗତ ଗାରୋଇ ଶ୍ରୀ ଗୋବର୍ଦ୍ଧନ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଥମ ସେବକ ଠାକୁର ରାଜା ଶ୍ରୀ କେଦାର ନାଥ ସ୍ବାଇଁଙ୍କ ବିୟୋଗ ଘଟିଥିବା ସମ୍ବାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ଧରି ମନ୍ଦିର ସେବା ସହ ଜଡିତ ରହି ସମାଜରେ ଧାର୍ମିକ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର କରୁଥିଲେ। ସେ ସିଦ୍ଧ ପୁରୁଷ ବାବା ଶ୍ରୀ ବୁଦ୍ଧନାଥଙ୍କ ପରମ ଶିଷ୍ୟ ଓ ପାଞ୍ଚସାକ୍ଷା କମିଟିର ସଦସ୍ୟ ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଭକ୍ତମଣ୍ଡଳୀ ଓ ଅଞ୍ଚଳବାସୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣାରେ ଅନେକ ସମାଜସେବୀ ଓ ସ୍ଥାନୀୟ ବ୍ୟକ୍ତିବର୍ଗ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ସହ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ପରମପିତା ଭଗବାନଙ୍କ ନିକଟରେ ଅମର ଆତ୍ମାର ସଦଗତୀ କାମନା କରିବାସହ ଗଭୀରଶୋକ ପ୍ରକାଶକରିଛନ୍ତି ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ବାବା ସତ୍ୟାନନ୍ଦ ଦାସ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ ପୁର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ନାଉଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଜୀତ ପୁହାଣ ଗଭିର ଶୋକ ପ୍ରକାଶ କରିଛନ୍ତି |


