ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ବନ୍ତ,(ଚାନ୍ଦିନୀ ମହାନ୍ତି): ଓଡିଶାର ବରପୁତ୍ର ଡ.ହରେକୃଷ୍ଣ ମହତାବ ଯେପରି ଓଡିଶାର ବିକାଶ ପାଇଁ ଚିନ୍ତା କରୁଥିଲେ, ସେହି ଚିନ୍ତାକୁ ପ୍ରତି ମହୋତ୍ସବରେ ସମୀକ୍ଷା କଲେ କେବଳ ଆଗରପଡା କିମ୍ବା ଓଡିଶା ନୁହେଁ ବରଂ ସମଗ୍ର ଭାରତ ବର୍ଷର ବିକାଶ ହୋଇ ପାରିବ ବୋଲି ହେମପଦ୍ମ ଗାଲାକ୍ସି ପରିସରରେ ଅନୁଷ୍ଠିତ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ୨ୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଅଜୟ ନାୟକ ଯୋଗ ଦେଇ କହିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ମଞ୍ଚ ସଂଯୋଜନା କରିଥିଲେ । ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜିବୀ ମନୋଜ ରାୟ ସାଂସ୍କୃତିକ ସଭାକୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ସ୍ତମ୍ଭକାର ସୁବୋଧ ସାହୁ, ନାଟ୍ୟ ନିର୍ଦ୍ଦେଶକ ଗୋପିନାଥ ପାଢୀ, ଉପଦେଷ୍ଟା ଗୋଲକ ପୃଷ୍ଟି ପ୍ରମୁଖ ଯୋଗ ଦେଇ ବହୁ ଲୋକଙ୍କ ସମାଗମରେ ଉତ୍ସବ ପାଳନର ନିଆରା ମଜା ଥାଏ ବୋଲି କହିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ଚାନ୍ଦୁଆ ଶିଳ୍ପୀ ପଦ୍ମଲୋଚନ ଦତ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ନୃତ୍ୟ ସଙ୍ଗୀତରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା । ସହ ସମ୍ପାଦକ ଗଦାଧର ବେହେରା ଅତିଥି ପରିଚୟ ଓ ଅଶୋକ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପରେ କଳାହାଣ୍ଡିର ଭବାନୀପାଟଣାରୁ ଆସିଥିବା ସିମ୍ପୋନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନାତନ ସାହୁ, ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଦ୍ମନାଭ ସେଠୀ, ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଶ୍ୟାମ ସୁନ୍ଦର ଦାସ, କରନ କୁମାର ଜେନା, ପ୍ରତିମା ସାହୁ, ନମିତା ବେହେରା, ସୁଦର୍ଶନ ସିଂହ, ପବିତ୍ର ଜେନା, ରାଜେଶ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ମହୋତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିପାଇଁ ପଡିଆରେ ତୋରଣ, ଦୋଳି, ମିନା ବଜାର ସାଙ୍ଗକୁ ଖାଦ୍ୟ ସାମଗ୍ରୀ ଷ୍ଟଲ୍ ମାନ ଖୋଲା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ