ମା ବ୍ୟାଘ୍ର ଦେବୀଙ୍କ ମନ୍ଦିରରୁ ଚୋରୀ
ଭଞ୍ଜନଗର(ସନ୍ତୋଷ କୁମାର ଜେନା):ଭଞ୍ଜ ବଂଶୀୟ ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଓ ଭଞ୍ଜ ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବ୍ୟାଘ୍ର ଦେବୀଙ୍କ ମନ୍ଦିରରୁ ଗତ ରାତିରେ ମା ଙ୍କ ସୁନା ରୁପା ଅଳଙ୍କାର ଚୋରୀ ହୋଇ ଯାଇଛି।ସୂଚନାଯୋଗ୍ୟ ଯେ ଗତ ରାତିରେ ମା ଙ୍କ ପୂଜା ସରିବା ପରେ ପୂଜାରୀ ତାଲା ପକାଇ ଘରକୁ ଯାଇଥିଲେ କିନ୍ତୁ ସକାଳ ୬ଟାରେ ଯେତେବେଳେ ମନ୍ଦିର କୁ ଆସି ଥିଲେ ସେତେବେଳେ ମନ୍ଦିର ତାଲା ଭାଙ୍ଗି ଥିବା ଦେଖବାକୁ ପାଇଥିଲେ,ପରେ ସେ ମନ୍ଦିର ପରିଚାଳନା କମିଟି ଓ ପରେ ପୋଲିସ କୁ ଜଣାଇଥିଲେ।ମନ୍ଦିର ତାଲା ଭାଙ୍ଗିବା ପରେ ଚୋର ମାନେ ମନ୍ଦିର ର ସିସିଟିଭି ରେ କପଡା ଘୋଡାଇ ଦେଇଥିଲେ ଓ ପରେ ମା ଙ୍କ ରୁପା ଆଖି ଓ ଜିଭ କୁ ଛାଡି ସବୁ ସୁନା ରୁପା ଅଳଙ୍କାର ଚୋରୀ କରି ନେଇଥିଲେ।ଆଜି ର ଚୋରି ପରେ ଭକ୍ତ ମାନଙ୍କ ମଧ୍ୟରେ ଏକ ଅବଶୋଷ ଦେଖିବାକୁ ମିଳିଥିଲା,କାରଣ ଏହି ମନ୍ଦିର ରେ ଲୋକଙ୍କ ଆସ୍ଥା ଓ ବିଶ୍ଵାସ ରହିଛି।ପୂର୍ବରୁ ଭଞ୍ଜନଗର ଓ ଆଖପାଖ ଗ୍ରାମ ମନ୍ଦିର ରୁ ଚୋରୀ ହୋଇଥିଲା ସେଥିରୁ କିଛି ମନ୍ଦିର ରୁ ଚୋରି ସାମଗ୍ରୀ ଭଞ୍ଜନଗର ପୋଲିସ ଦ୍ୱାରା ଉଦ୍ଧାର ହୋଇଥିଲା।କିନ୍ତୁ ଆଜିର ଚୋରୀ ଘଟଣା ପରେ ପୋଲିସ ର ମୁଣ୍ଡ ବିନ୍ଧା ର କାରଣ ହୋଇଛି। ସୂଚନାଯୋଗ୍ୟ ଯେ କୁଲାଡ଼ ବ୍ୟାଘ୍ର ଦେବୀ ନିକଟରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ମଧ୍ୟ ଅଛି ଏବଂ ପୂର୍ବରୁ ଏହି ଜଗନ୍ନାଥ ମନ୍ଦିର ରୁ ଦୁଇ ଦୁଇ ଥର ଚୋରି ହୋଇଥିଲା କିନ୍ତୁ ଏଯାବତ ତାହା ଉଦ୍ଧାର ହୋଇନିକି ତଦନ୍ତ ମଧ୍ୟ ଠିକ ରେ ହୋଇନି।ତେଣୁ ଏହି ଦୁଇ ପୁରାତନ ମନ୍ଦିର ବ୍ୟତୀତ ଅନ୍ୟ ମନ୍ଦିର ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଉଚିତ।ବର୍ତ୍ତମାନ ଭଞ୍ଜନଗର ପୋଲିସ ଟିମ କୁଲାଡ଼ ମନ୍ଦିର ରେ ପହଂଚି ତଦନ୍ତ ଆରମ୍ଭ କରିଛି।ତେଣୁ ଦେଖିବାକୁ ବାକି ରହିଲା କେବେ ଓ କିପରି ମା ଙ୍କ ସୁନା ଓ ରୁପା ଅଳଙ୍କାର ସବୁ ଉଦ୍ଧାର କରାଯିବ |