ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାରିପଦା(ମୁରାରୀ ମୋହନ ମହାପାତ୍ର): ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ମ୍ୟାଚରେ ମୟୁରଭଞ୍ଜ ରେଡ ମୟୁରଭଞ୍ଜ ଗ୍ରୀନକୁ ୧୮ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ରେଡ ୩୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଲୋକନାଥ ପୃଷ୍ଟି ୪୭ ଓ ତରୁଣ ମାର୍ଣ୍ଡି ୩୭ରନ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟ ରଞ୍ଜନ ସାହୁ ୩ଟି ଉଇକେଟ ଅକ୍ତିଆର କରିଥିଲ। ଉତ୍ତରରେ ମୟୁରଭଞ୍ଜ ଗ୍ରୀନ ସମସ୍ତ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିପାରିଥିଲେ। ଦଳ ପକ୍ଷରୁ ମାନସ ମାଲାକାର ୩୬, ବ୍ରିଜେଶ ମିଶ୍ର ୩୩ ଓ ଜୀତ ଦେ ୩୦ ରନ କରିଥିବା ବେଳେ ବିପକ୍ଷ ଦଳର ମନ୍ଥନ ସାନ୍ତରା ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ. ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ। ପୂର୍ବତନ ଜିଲ୍ଲା ସ୍ତରୀୟ କ୍ରିକେଟ ଖେଳାଳି ପ୍ରଭାସ ଚନ୍ଦ୍ର ଘଡେଇ , କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ