ମହାନଦୀରେ ବନ୍ୟା ଆସିବନି :ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
କଟକ, (ଓ୍ବାଇଏନଏସ): ଗତ ୩ ମାସରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି । ଏନେଇ ଆଜି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ । ୧୪ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ୪୨ଟି ବ୍ଲକରେ ୫୦ମିମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଉପର ମହାନଦୀ, ବୈତରଣୀଳ ବୁଢାବଳଙ୍ଗରେ ବହୁତ ବର୍ଷା ହୋଇଛି । କେବଳ ବୈତରଣୀରେ ଛୋଟ ବନ୍ୟା ଅଛି । ବିପଦ ସଙ୍କେତର ୦.୫ମି ଉପରେ ଆଖୁଆପଦାରେ ବୈତରଣୀ ପ୍ରବାହିତ ହେଉଥିବା ବେଳେ ହୀରାକୁଦର ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଯନ୍ତ୍ରୀ କହିଛନ୍ତି ଯେ ମହାନଦୀରେ ଜଳସ୍ତର ବଢିବ ହେଲେ ବନ୍ୟା ଆସିବନି ।