ସାଇଚେତନା ସାହିତ୍ୟ ସଂସଦର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ

ହାଟଡିହି,(ଓ୍ବାଇଏନଏସ) : ହାଟଡିହି ବ୍ଳକ୍ ସଢା ପଞ୍ଚାୟତ ନାଗାତୋଟା ଆମ୍ବକୁଞ୍ଜ ଠାରେ ସାଇଚେତନା ସାହିତ୍ୟ ସଂସଦର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂସଦର ସ୍ଥାୟୀ ସଭାପତି କବି କୀର୍ତ୍ତନ ଚରଣ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତି,  ମୁଖ୍ୟବକ୍ତା ଭାବେ ଅଧ୍ୟାପକ କିଶୋର ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଜଗନ୍ନାଥ ପାତ୍ର, ସମିତି ସଭ୍ୟ ଶ୍ରୀକାନ୍ତ ନାୟକ  ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟକୁ ବିଭିନ୍ନ ସଂସଦ ମାଧ୍ୟମରେ ପୁନଃରୁଦ୍ଧାର କରିବା ସହିତ ସାହିତ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ।  ସଂସଦର କାର୍ଯ୍ୟକାରୀ ସମ୍ପାଦକ ତଥା ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ସଂସଦର ସମ୍ପାଦକ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚତୁର୍ଭୁଜ ପହି ସମ୍ପାଦକୀୟ ପାଠ କରିବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ସଂସଦର ମୁଖପତ୍ର ସମ୍ଭାବନାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ସେହିପରି ସାହିତ୍ୟିକ ଭିକାରୀ ଦାସଙ୍କ ‘ନିଗମ ତତ୍ତ୍ୱ ଜିଜ୍ଞାସା’  ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବଉଳା ସାହିତ୍ୟ ସଂସଦର ସଭାପତି ବାଳକୃଷ୍ଣ ରାଉତ, ବିଶିଷ୍ଟ ଗୀତିକାର କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁଗ୍ମ ସମ୍ପାଦକ ଅଭୟ କୁମାର ସାମଲ ତାଙ୍କ ପିତାମାତାଙ୍କ ନାମରେ ପ୍ରାଣବନ୍ଧୁ ନାୟକ, ଅଲେଖ ଚନ୍ଦ୍ର ଯେନା, ଭିକାରୀ ଚରଣ ଦାସ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କବୟିତ୍ରୀ ହସ୍ୟମୟୀ ରାଜ, ଦୀପ୍ତି ଦେବଦର୍ଶନୀ ସୁତାର, କବି ରମାକାନ୍ତ ଜେନାଙ୍କ ସଂଯୋଜନାରେ କବି ଶଙ୍ଖାଳି ରାଉଳ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ସୁରେନ୍ଦ୍ର ପରିଡା, ହେମନ୍ତ ନାୟକ, ବିଦ୍ୟୁତ ପ୍ରଭା ଦେଓ, ସରଳା ମହାପାତ୍ର, ଅନ୍ନପୂର୍ଣ୍ଣା ଜେନା, ଗଜେନ୍ଦ୍ର ସେଠୀ, ସଦାଶିବ ରାଉତ, ନିତ୍ୟାନନ୍ଦ ବେହେରା, ପ୍ରଭୁ କଲ୍ୟାଣ ପଣ୍ଡା, ନଳିନୀ ପ୍ରଭା ଘଡେଇ, ସୁକାନ୍ତ ବେହେରା, ଜ୍ୟୋସ୍ନା ରାଣୀ ସାହୁ, ନିହାରିକା ରାଉତ, ସୁବୋଧ କୁମାର ସାହୁ ପ୍ରମୁଖ  ସ୍ଵରଚିତ କବିତା ମାନ ଆବୃତ୍ତି କରିଥିଲେ। ଉପ ସଭାପତି ଭାଗବତ ସାହୁ, ସଂଗଠନ ସମ୍ପାଦିକା ବିଜୟା କୁମାରୀ ବେହେରା, କାର୍ଯ୍ୟକାରୀ ସଭାପତି ମୋହନ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଗୌରାଙ୍ଗ ଖିଲାର, କୋଷାଧ୍ୟକ୍ଷ ଭାଗିରଥି ସେଠୀ, ବନମାଳୀ ଯେନା, ମୋହନ କୁମାର ମଲ୍ଲିକ, ବିଜୟ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ଼ ଶୁଭେନ୍ଦ୍ର କୁମାର ମିଶ୍ର, ରତ୍ନାକର ଦାସ, ବିଶ୍ୱନାଥ ରାଉତ, ଦୀନ ରଞ୍ଜନ ପାଢ଼ୀ, ଶରତ କୁମାର ରାଉତ, ଉମାକାନ୍ତ ନାୟକ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସୁଜିତ ମିଶ୍ର, ନୃସିଂହ ସାମଲ ଙ୍କ ସମେତ ବହୁ ବିଶିଷ୍ଟ କବି, ସାହିତ୍ୟିକ ଓ ପ୍ରାବନ୍ଧିକ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ