କାଳବୈଶାଖୀ ତାଣ୍ଡବରେ ତିନି ବଳଦ ମୃତ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) କାଳବୈଶାଖୀ ତାଣ୍ଡବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପ୍ରବଳ ପଵନ ସହ ଘସଘଡ଼ି ହୋଇ ଗଛ ଭାଙ୍ଗିଯାଇଛି। ସେହପରି ବୁଡଗୁଡା ପଞ୍ଚାୟତର ଗୁରତୁଲୀ ଗ୍ରାମର ତିନଟି ବଳଦ ଓ ଚନ୍ଦ୍ରମା ନୀଳକଣ୍ଠ ଙ୍କ ଗୋଟିଏ ଘର ଉଡେଇ ଦେଇଛି ।ଘର ଉଡି ଯିବାରୁ ଖାଦ୍ୟ ସାମଗ୍ରୀ ଲୁଗାପଟା ବର୍ଷା ପାଣିରେ ଭିଜି ଯାଇଥିନାରୁ କ୍ଷତି ସହିବାକୁ ପଡିଛି।ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ ।ଗ୍ରାମର ଲୋକିନାଥ ନାଚିକା, କର୍ଣ୍ଣ ମହାନନ୍ଦିଆ, ନାଥ ନାଚିକାଙ୍କ ବଳଦ ବଜ୍ରାଘାତରେ ମୃତ୍ୟୁବରଣ କରିଛି ।ଅପରାହ୍ନ ପ୍ରାୟ ତିନିଟା ସମୟରେ ପ୍ରବଳ ଘଡଘଡି ସହ ପବନ ବହିଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଗଛ ମୂଳେ ଥିବା ବଳଦ ନିକଟରେ ବଜ୍ରାଘାତ ପଡିଥିବାରୁ ତିନଟି ବଳଦ ର ମୃତ୍ୟୁ ହୋଇଛି ।ଏହାର ମୂଲ୍ୟ ପ୍ରାୟ ପ୍ରାୟ ନବେ ହଜାର ଟଙ୍କା ହେଵବୋଲି ଗ୍ରାମବାସୀ କହିଛନ୍ତି ।ଘଟଣା ଘଟିଥିଲେ ମଧ୍ୟ ରାଜସ୍ୱ କି ପଶୁ ଡାକ୍ତର ପହଁଚି ନଥିନା ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମବାସୀ।