ବାଇକ ଧକ୍କାରେ ତିନି ଜଣ ଗୁରୁତର
ବୈପାରିଗୁଡା (ଓ୍ବାଇଏନଏସ): ଜଣେ ବ୍ୟକ୍ତି ମଳତ୍ଯାଗ କରିବା ପାଇଁ ଯାଉଥିବା ସମୟରେ ବାଇକ ଧକ୍କା ଦେବା ଫଳରେ ଗୁରୁତର ଭାବେ ଆହାତ ହୋଇଛନ୍ତି ! ସେହି ପରି ଭାବେ ବାଇକ ଚାଲକ ସହ ଗାଡି ପଛରେ ବସିଥିବା ବ୍ୟକ୍ତି ମଧ୍ୟ ଏହି ସଡକ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବାର ଜଣାପଡିଛି ! ଏମିତି କିଛି ଘଟଣା ରାତ୍ରି ସମୟରେ ଘଟିଯାଇଛି ! ବୈପାରିଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ରାଉତଗୁଡା ଗ୍ରାମ ପାଖରେ ମଳତ୍ଯାଗ କରିବା ପାଇଁ ଯାଉଥିବା ବେଳେ ବ୍ଯକ୍ତିକୁ ପଛ ପଟରୁ ବାଇକ ଧକ୍କା ଦେଇଥିବାର ଆଲୋଚନା ଚାଲିଥିବାର ଶୁଣିବାକୁ ମିଳିଛି !ଏହି ସଡକ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତ ହୋଇଥିବା ଦେଖିବାକୁ ମିଳିଛି ! ବୈପାରିଗୁଡା ପଟରୁ ଦୁଇ ଜଣ ଲୋକ ବାଇକ ଯୋଗେ ନିଜ କାର୍ଯ୍ଯ ସାରି ଘରକୁ ଫେରୁଥିବା ସମୟରେ ରାଉତଗୁଡା ଗ୍ରାମର ମିତୁନ ଜେନା ମଳତ୍ଯାଗ ପାଇଁ ରାସ୍ତା କଡକୁ ଓଲ୍ଲାଇ ଝାଡା ବସିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ବାଇକ ଧକ୍କା ହୋଇଥିବାର ତାଙ୍କର ଭାଇଙ୍କ ଠାରୁ ଜଣାପଡିଛି ! ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତିନି ଜଣ ଆହାତଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣି ଭର୍ତ୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣକୁ ଗୁରୁତର ଥିବାରୁ ସେମାନଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୋଡିକାଲକୁ ପଠାଯାଇଛି ! ବୈପାରିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ଜଣାପଡିଛି