ବିଶ୍ୱ ଶାନ୍ତି ପାଇଁ ତିବତୀୟମାନେ ଲେଖିଲେ ବୁଦ୍ଧଙ୍କ ଶାନ୍ତି ମନ୍ତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ରହି ଆସୁଥିବା ତିବତୀୟ ସମ୍ପ୍ରଦାୟ ତରଫରୁ ମୁଖ୍ୟ ରାସ୍ତାର ଦୁଇ କଡ଼ରେ ଥିବା ପଥର, ପ୍ରାଚୀର ଆଦିରେ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ମନ୍ତ୍ରକୁ ଲେଖୁଥିବା ଦେଖା ଯାଇଛି. ଏଥିନେଇ ତିବତୀୟଙ୍କ ଜିରାଙ୍ଗ ମନ୍ଦିରର ପୂଜକ ଦାଵ ରଞ୍ଜିନ କହିଛନ୍ତି ଆଜି ପବିତ୍ର ବୁଦ୍ଧ ପୁର୍ଣିମା ଅଟେ. ତେଣୁ ଭଗବାନ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ଓ ବୁଦ୍ଧ ଦେବଙ୍କ ମନ୍ତ୍ରକୁ ବିଶ୍ୱରେ ଶାନ୍ତି, ମୈତ୍ରୀ ସ୍ଥାପନ ପାଇଁ ଲେଖା ଯାଉଛି. ଏହି ୱାଲ ରାଇଟିଂ ଗୁଡିକ ତିବତୀୟମାନେ ସେମାନଙ୍କ ତିବତୀୟ ଭାଷାରେ ଲେଖା ଯାଇଛି।


