ବିଧାୟକଙ୍କ ଉଦ୍ୟମରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଲାଗିଲା ଏସି
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ଉଦ୍ୟମରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଲାଗିଲା ଏସି। ଗରମ ଦାଉରୁ ରୋଗୀଙ୍କୁ ସାମାନ୍ୟ ଆଶ୍ବସ୍ତ ମିଳିଛି। ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହର ପ୍ରକୋପରେ ଆଉଟପାଉଟ ହେଉଥିବା ବେଳେ ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଅବସ୍ଥା କହିଲେ ନସରେ। ରୋଗୀ ଓ୍ବାର୍ଡ ଗୁଡିକରେ ଏସି ନଥିବାରୁ ଗରମରେ ବହୁ କଷ୍ଟ ଭୋଗୁଥିଲେ ରୋଗୀ। ଏପରି ସମୟରେ ରୋଗୀଙ୍କ ଅବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ରୋଗୀଙ୍କ ଦୁଃଖକୁ ହୃଦୟଙ୍ଗମ କରିଥିଲେ ବିଧାୟକ । ବାରମ୍ବାର ହସ୍ପିଟାଲ ଗସ୍ତ କରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ହସପିଟାଲ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଓ୍ବାର୍ଡରେ ଏସି ଲଗେଇବା ବ୍ୟବସ୍ଥା ରଖିଛନ୍ତି। ଫଳରେ ଗରମ ଦାଉରୁ ରୋଗୀଙ୍କୁ ସାମାନ୍ୟ ଆଶ୍ବସ୍ତ ମିଳିଛି। ସମସ୍ୟା ନେଇ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ହୋଇ ପାରି ନଥିଲା ଏସି ଲଗେଇବା ବ୍ୟବସ୍ଥା। ଅର୍ଥ ମଞ୍ଜୁର ହୋଇନଥିବାରୁ ଏହା ହୋଇ ପାରି ନଥିବା ବେଳେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ବିଧାୟକ। ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଓ୍ବାର୍ଡରେ ଏସି ଲାଗିବା ଫଳରେ ବର୍ତ୍ତମାନ ଆଶ୍ବସ୍ତ ମିଳିଥିବା କହିଛନ୍ତି ରୋଗୀ ଓ ରୋଗୀ ସମ୍ପର୍କୀୟ। ବିଧାୟକ ନିଜେ ଏହାର ଦାୟିତ୍ୱ ନେଇ ଏହାର ସମାଧାନ କରିଥିବାରୁ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି.ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ।


