ମାର୍କେଟୟାର୍ଡ ଓ ସାପ୍ତାହିକ ହାଟର ଉନ୍ନତି ନିମନ୍ତେ ଜିଲ୍ଲାପାଳଙ୍କ ପ୍ରଥମ ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଆର.ଏମ.ସି କାର୍ଯ୍ୟାଳୟ ଅଧୀନରେ ପରିଚାଳିତ ସାପ୍ତାହିକ ପରିବା ହାଟର ଉନ୍ନତି କରଣ ଓ ଭଡା ସୂତ୍ରରେ ଦିଆଯାଇଥିବା ଦୋକାନ ଗୃହ ଗୁଡିକର ବକେୟା ଭଡା ଓ ନିୟମିତ ଭଡା ପ୍ରଦାନ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାପ୍ତାହିକ ହାଟର ବିଭିନ୍ନ ସମସ୍ୟା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉକି ଆର.ଏମ.ସି ଅଧିନସ୍ଥ ଘାଗରା ହାଟ, ଇନ୍ଦୁପୁର ହାଟ, ଛତା ହାଟ ଓ ନିଜସ୍ୱ ଗୋପ ହାଟର ବଜାରକମିଟିର ସଦସ୍ୟ ବୃନ୍ଦଙ୍କୁ ଜିଲ୍ଲାପାଳ ବିଭିନ୍ନ ସମସ୍ୟା ସମାଧାନର ସବିଶେଷ ଆଲୋଚନା ପାଇଁ ଡାକିଥିଲେ। ମିଲନ କୁମାର ଓଝା, ବୈଷ୍ଣବ ଚରଣ ସ୍ୱାଇଁ, ବିଶ୍ୱପ୍ରକାଶ ସହୁ, ବିଜୟ କୁମାର ବେହେରା, ଅଜିତ କୁମାର ପରିଡା, ଶଙ୍କର୍ଷଣ ମଲ୍ଲିକ, ସୁନୀଲ କୁମାର ପରିଡା, ହେମନ୍ତ କୁମାର ମଲ୍ଲିକ, ଶରତ କୁମାର ମଲ୍ଲିକ, ଦୁଷ୍ମନ୍ତ କୁମାର ବିଶ୍ୱାଳ, ସରୋଜ କୁମାର ବେହେରା, ପ୍ରଫୁଲ୍ଲ କୁମାର ଦାସ, ଯଶୋବନ୍ତ ପ୍ରଧାନ, ସୁରେଶ ଚନ୍ଦ୍ର ମହାନ୍ତି, ସତ୍ୟପ୍ରିୟ ବେହେରା, ରଞ୍ଜନ କୁମାର ନାୟକ ପ୍ରମୁଖ ଉକ୍ତ ବୈଠକରେ ଯୋଗଦେଇ ବିଭିନ୍ନ ସମସ୍ୟା ତଥା ପାଣି ନିଷ୍କାସନ ନିମନ୍ତେ ଡ୍ରେନ ବ୍ୟବସ୍ଥା ,ବିଦ୍ୟୁତ ବ୍ୟବସ୍ଥା , କଂକ୍ରିଟ ରାସ୍ତା ନିର୍ମାଣ, ଦୋକାନ ଗୃହ ଗୁଡିକର ମରାମତି ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବ ଗୁଡିକ ବିଷୟରେ ପଦକ୍ଷେପ ନେଇ ତୁରନ୍ତ ସେଗୁଡି଼କ ନିର୍ମାଣ କରି ବିଦ୍ୟୁତ ସଂଯୋଗୀକରଣର ସୁବ୍ୟବସ୍ଥା କରିବାପାଇଁ ଆର.ଏମ.ସି ସମ୍ପାଦକ ବିଦ୍ୟାଧର ବେହେରାଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ବକେୟା ଘର ଭଡା ପ୍ରଦାନରେ ଅହେତୁକ ଅବହେଳା ପାଇଁ ଭଡା ସୂତ୍ରରେ ନେଇଥିବା ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନୋଟିସ ଜାରିକରି ଘରଭଡା ପୈଠ କରିବାକୁ ଜିଲ୍ଲାପାଳ ଆର. ଏମ. ସି ସମ୍ପାଦକ ଶ୍ରୀ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସ ପାଇ କୌଣସି ବ୍ୟକ୍ତି ବକେୟା ଭଡା ପୈଠ ନକଲେ ଉକ୍ତ ଦୋକାନ ଘର ଆଲଟମେଣ୍ଟ ଆଦେଶକୁ ଖାରଜ କରି ଉକ୍ତ ଘରକୁ ଅନ୍ୟ ଆଶାୟୀ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବାପାଇଁ ବୈଠକରେ ନିଷ୍ପତି ନିଆଯାଇଅଛି। ଇନ୍ଦୁପୁର ହାଟପରିସର ସଂକୁଚିତ ଥିବାରୁ ଏହାକୁ ଲାଗି ସରକାର ଙ୍କ ପ୍ରଶସ୍ତ ଅନାବାଦୀ ଜାଗା ଚିହ୍ନଟ କରି ହାଟପରିସରକୁ ବଢାଇବାପାଇଁ ବଜାର କମିଟିର ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ। ସଭାପତି ଶରତ କୁମାର ମଲ୍ଲିକ ଉକ୍ତ ପ୍ରସ୍ତାବ ଟିକୁ ତୁରନ୍ତ ବିଚାର କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ସେହିପରି ଘାଗରା ହାଟ ୫ ଗୋଟି ପଂଚାୟତ ବାସୀ ପାଖାପାଖି ୨୦ହଜାର ଲୋକ ଉପକୃତ ହେବେ ବୋଲି ଘାଗରା ପଂଚାୟତ ସରପଞ୍ଚ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘାଗରା ହାଟ ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଘାଗରା ହାଟ ବିଦ୍ୟୁତ ସଂଯୋଗୀକରଣ, କଂକ୍ରିଟ ରାସ୍ତା ନିର୍ମାଣ ଓ ଜଳ ନିଷ୍କାସନର ବ୍ୟବସ୍ଥା ନିମନ୍ତେ ପ୍ରସ୍ତାବ ରଖିଥିଲେ। ଘାଗରା ହାଟରେ ଥିବା ପ୍ରସସ୍ଥ ପଡିଆରେ ଗୋରୁ ହାଟ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ସେହି ପରି ଛତା ହାଟରେ ବିଦ୍ୟୁତ ସଂଯୋଗୀକରଣ, କଂକ୍ରିଟ ରାସ୍ତା ନିର୍ମାଣ ଓ ଜଳ ନିଷ୍କାସନର ବ୍ୟବସ୍ତା ନିମନ୍ତେ ବଜାର କମିଟିର ସଭାପତି ଯଶୋବନ୍ତ ପ୍ରଧାନ ପ୍ରସ୍ତାବ ରଖିଥିଲେ। ଭଡା ପୈଠ କରୁନଥିବା ବ୍ୟକ୍ତିଙ୍କୁ ନୋଟିସ ଜାରିକରି ଭଡା ପୈଠ କରିବାକୁ ନିର୍ଦେଶ ଦେବାପାଇଁ ପ୍ରସ୍ତାବ ରଖିଥିଲେ। ଆର.ଏମ.ସି.ର ନିଜସ୍ୱ ଗୋପ ହାଟ ପରିସର ସଂକୁଚିତ ଥିବାରୁ ଚାଷୀ ଭାଇ ଓ ବ୍ୟବସାୟୀମାନେ ଜାତୀୟ ରାଜପଥରେ ବିକ୍ରିବଟା କରୁଥିବା ଅଭିଯୋଗ ହୋଇଥିଲା। କୌଣସି ଚାଷୀ ଭାଇ ଓ ବ୍ୟବସାୟୀମାନେ ଯେପରି ଜାତୀୟ ରାଜପଥରେ ନବସନ୍ତି ଏବଂ ସେମାନଙ୍କୁ ହାଟ ପରିସର ଭିତରେ ବସାଇବାକୁ ହାଟ ସୁପରଭାଇଜର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ହାଟରେ ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା, ହାଟପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବୈଠକକୁ ଆର. ଏମ. ସି ସମ୍ପାଦକ ବିଦ୍ୟାଧର ବେହେରା, ହାଟ ମାନଙ୍କର ସୁପରଭାଇଜ ପ୍ରଦୀପ କୁମାର ଦାସ, ନୟନ ରଞ୍ଜନ ବିଶ୍ୱାଳ, ଗଗନ ୍ୱବିହାରୀ ଲେଙ୍କା, ଚନ୍ଦ୍ରମଣୀ ମହାନ୍ତି ଓ ନରେନ୍ଦ୍ର ଚନ୍ଦ୍ର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।


