କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ଗଛ

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ଉପକୂଳବର୍ତ୍ତୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳ ରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଗୁରୁବାର ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ଆଶ୍ବସ୍ତି ଆଣିଦେଇଛି। ଗୁରୁବାର ସକାଳୁ ହୋଇଥିଲା ଖରା ଓ ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇ ପଡୁଥିଲେ ବି ଅପରାହ୍ନ ୬ଟା ପରେ ପାଗରେ ପରିବର୍ତନ ଆସିଥିଲା । ସନ୍ଧ୍ୟା ସମୟରେ ହଠାତ ଆକାଶ ରେ ବିଜୁଳି ଘଡଘଡି ସହ ପ୍ରବଳ ପବନ ବର୍ଷା ଆରମ୍ଭ ହୋଇଥିଲା ।କାଳବୈଶାଖୀ ଫଳରେ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହାର ପ୍ରଭାବରେ ପ୍ରବଳ ପବନ ବର୍ଷା ହେବା ଫଳରେ ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଅନେକ ଗଛ ଉପୁଡି ଘର ଓ ଗାଡି ଉପରେ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ହେଲେ କାଳବୈଶାଖୀ ବର୍ଷା ସମୟରେ ସ୍ଥାନେ ସ୍ଥାନେ ପ୍ରବଳ ପବନ ପ୍ରବାହିତ କାରଣରୁ ବଡ଼ ବଡ଼ ଗଛ,ଇଲେଟ୍ରି ଖୁଣ୍ଟ ଉପୁଡି ପଡିଥିବାରୁ ଦେଖାଦେଇଛି । ବର୍ଷା ପବନ ପାଇଁ ବିଦ୍ୟୁତ ସରବରାହ ବନ୍ଧ ଥିବା ସହ ଏହାର ପ୍ରଭାବରେ ରାସ୍ତା ଘାଟରେ ବଡ଼ ବଡ଼ ଗଛ ପଡି ଯାନ ବହନ ଯିବା ଆସିବା ବନ୍ଦ ହୋଇଯାଇଥିଲା । ଯୁଦ୍ଧ କାଳୀନ ସମୟରେ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ପହଁଚି ଉପୁଡି ପଡିଥିବା ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିଲେ । ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ୪ଦିନ ପର୍ଯନ୍ତ ଉପକୂଳ ଅଂଚଳରେ କାଳବୈଶାଖୀର ତାଣ୍ଡବ ଦେଖା ଦେଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ