ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାଜ୍ୟ ସଡକ ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନବରଙ୍ଗପୁରରୁ ସଡ଼କ ପଥରେ ଆସ୍କା ଯିବା ରାସ୍ତାରେ ହଠାତ୍ ମୁନିଗୁଡ଼ା ବ୍ଲକ ଦହିଖାଲ ନିକଟସ୍ଥ ଲଟାଗୁଡା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ପରିବେଶବିତ ଗୌରାଙ୍ଗ ଚରଣ ରାଉତଙ୍କୁ ଭେଟିବା ସହ ସେଠାରେ ଉପସ୍ଥିତ “ଶ୍ରମାଶ୍ରମ” ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି ବୃକ୍ଷଟି ଶ୍ରୀ ରାଉତଙ୍କ ପିତାମାତାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ସୁମନର ସନ୍ତକ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ପରେ ଶ୍ରୀ ରାଉତ ମନ୍ତ୍ରୀ ଶ୍ରୀ ଜେନାଙ୍କୁ “ଶ୍ରମାଶ୍ରମ” ପରିସରରେ ଥିବା ବିଭିନ୍ନ ପ୍ରଜାତିର ଫଳ,ଫୁଲ ଓ ଔଷଧୀୟ ବିରଳ ଜଡ଼ିବୁଟି ଏବଂ ଅନେକ ପ୍ରଜାତିର ବୃକ୍ଷରାଜି ଆଦି ବୁଲାଇ ଦେଖାଇଥିଲେ। ତାପରେ ମନ୍ତ୍ରୀ ଆସ୍କା ଅଭିମୁଖେ ଯାତ୍ରା କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ଏହି ରାସ୍ତା ଦେଇ ଆସ୍କା ଯିବା ସମୟରେ ଅକସ୍ମାତ୍ ଏହି ସ୍ଥାନକୁ ଆସିବା ଅନେକଙ୍କୁ ବିସ୍ମିତ କରିଥିବା ବେଳେ ପରିବେଶ ସୁରକ୍ଷା ସହିତ ସାହିତ୍ୟ ସାଧନାରେ ରତ ଶ୍ରୀ ରାଉତଙ୍କ ସହିତ ପୂର୍ବରୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ଅନୁଷ୍ଠାନରେ ମନ୍ତ୍ରୀ ମହୋଦୟଙ୍କ ସମ୍ପର୍କ ନିବିଡ଼ ଥିବା ଜଣା ପଡ଼ିଥିଲା। ମନ୍ତ୍ରୀଙ୍କ ସୀମିତ ରହଣିରେ ମୁନିଗୁଡାର ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ବେହେରା,ମଣ୍ଡଳ ସଭାପତି ସୁବାସ ଗୌଡ଼, ମୁନିଗୁଡ଼ା ପ୍ରଗତି ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡା, ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ, ବିଜେପିର ଯୁବ ନେତା ରମେଶ ଗୌଡ଼,ରାକେଶ ଶିକା,ଭୀମ ବେହେରା,ପଦ୍ମ ବେହେରା,ରୁଦ୍ରଜିତ ନାୟକ,ଭି.ଭାନୁ ରାଓ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ମୁନିଗୁଡାର ବିଭିନ୍ନ ସମସ୍ୟା ସମାଧାନ ଉପରେ ମନ୍ତ୍ରୀ ମାହୋଦୟଙ୍କ ସହ ଆଲୋଚନା ଏବଂ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ