ପ୍ରଗତି ମଞ୍ଚ ତରଫରୁ ସ୍ବର୍ଗତ ଦେବବେନ୍ଦ୍ର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଜଣେ ବରିଷ୍ଠ ନାଗରିକ,ଅବସରପ୍ରାପ୍ତ ଶିକ୍ଷକ ସହ ମୁନିଗୁଡା ସର୍ବାଙ୍ଗୀନ ଉର୍ନତି ନିମନ୍ତେ ବିଭିନ୍ନ ଅନୁଷ୍ଠାନ ସହିତ ଯୋଡ଼ିତ ଥିବା ଏବଂ ମୁନିଗୁଡା ପ୍ରଗତି ମଞ୍ଚର କାର୍ଯ୍ୟକାରୀ ସଦସ୍ୟ ସ୍ବର୍ଗତ ଦେବେନ୍ଦ୍ର କୁମାର ବେହେରାଙ୍କ ଅକାଳ ବିୟୋଗରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୌଡ଼ସାହିସ୍ଥିତ ଧବଳେଶ୍ୱର ମନ୍ଦିର ପରିସରରେ ପ୍ରଗତି ମଞ୍ଚ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ମଞ୍ଚର ସଭାପତି ଗଣେଶ୍ୱର ରାଓଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ସଂଯୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମଞ୍ଚର ଅନେକ ସଦସ୍ୟ ଓ ମୁନିଗୁଡାର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବର୍ଗତ ଦେବେନ୍ଦ୍ର ବେହେରାଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଉପସ୍ଥିତ ସମସ୍ତ ସଦସ୍ୟ ମାନେ ଶ୍ରୀ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଶାନ୍ତି ପାଠ କରିଥିଲେ। ପ୍ରଥମେ ଦେବେନ୍ଦ୍ର ସାରଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ଦାସ ଅନେକ ପୁରୁଣା ସ୍ମୃତି,ଶିକ୍ଷା ଦାନରେ ଅକୁଣ୍ଠ ସମର୍ପଣ ଭାବ, ଦାୟିତ୍ୱରେ ପ୍ରତିବଦ୍ଧତା ଉପରେ ବକ୍ତବ୍ୟ ରଖିଥିଲେ, ପରେ ଶ୍ରୀ ବେହେରାଙ୍କ ମୁନିଗୁଡ଼ା ଅଞ୍ଚଳର ବିକାଶ ପ୍ରତି ତାଙ୍କର ଥିବା ଉତ୍ସାହ ଉପରେ ଉପସ୍ଥିତ ସଦସ୍ୟ ଓ ବୁଦ୍ଧିଜୀବୀ ମାନେ ନିଜ ନିଜର ବକ୍ତବ୍ୟ ରଖିବା ସହ ଭାବ ବିହୁଳ ହୋଇ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ଉପସଭାପତି ରାଜୀବ ଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଳାଇ,କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକ,ଉପଦେଷ୍ଟା ପ୍ରଦୀପ ପରିଛା,ଭଗବାନ ପଣ୍ଡା,କାର୍ଯ୍ୟକାରୀ ସଦସ୍ୟ ନରେଶ ପାତ୍ର,ସୁଦାମ ପଣ୍ଡା,ଗଣେଶ ପାତ୍ର,ଦୁଃଖିଶ୍ୟାମା ସୁବୁଦ୍ଧି,କେ.ସତ୍ୟନାରାୟଣ ରାଓ,ବାଲାଜୀ ପାତ୍ର,ରମେଶ ରାଜୁ,ଲାଡି ଶଙ୍କର ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ପ୍ରଗତି ମଞ୍ଚର ସମ୍ପାଦକ ସିମାଞ୍ଚଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ