ଗଡଚଣ୍ଡିପୀଠ ଠାରେ ଟ୍ରକ ମାଲିକଙ୍କ ବୈଠକ
ହାଟଡିହି (ବିକାଶ ବିଶ୍ବାଳ): ଗଡଚଣ୍ଡିପୀଠ ଠାରେ ବଉଳା ଓ ଛେନାପଦି ଅଞ୍ଚଳର ଟ୍ରକ ମାଲିକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମନାଥ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଙ୍ଗୁର ଓଏମସି ଖଣିରୁ ମାଲ ପରିବହନ ପାଇଁ ଯଦି ଟ୍ରାନ୍ସପୋର୍ଟର ମାନେ ଗାଡ଼ି ମାଗନ୍ତି ତେବେ ଟ୍ରକ ମାଲିକ ମାନେ ଗାଡି ଯୋଗାଇ ଦେବାକୁ ସହମତି ଜଣାଇଥିଲେ। ଏନେଇ ଓଏମ ସି ଖଣି କର୍ତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିବା ପାଇଁ ନିଷ୍ପତି ନେଇଥିଲେ। ଗତ ୬ମାସ ରୁ ଊର୍ଦ୍ଧ୍ବ ସମୟ ହେଲା ବାଙ୍ଗୁର୍ ଓଏମସି ଖଣିରୁ ମାଲ ପରିବହନକୁ କିଛି ସ୍ଥାନୀୟ ଗାଡି ମାଲିକ ବିରୋଧ କରି ଆସୁଥିଲେ। ଯାହାକୁ ନେଇ କ୍ରୋମାଇଟ ପରିବହନ ହୋଇ ପାରୁ ନାହିଁ। ଶହ ଶହ ଟ୍ରକ ମାଲିକ ଏବେ ହାତ ବାନ୍ଧି ବସିଛନ୍ତି। ଆଜିର ଏହି ବୈଠକରେ ଦୀପକ କୁମାର ପାହି, ଦୁର୍ଗା ପ୍ରସାଦ ଅୟଚ, ରବୀନ୍ଦ୍ର ଲେଙ୍କା, ସନ୍ତୋଷ ପାତ୍ର, ରାଜେନ୍ଦ୍ର ପାତ୍ର, ଅଶୋକ ଗୁପ୍ତା, ନରେନ୍ଦ୍ର ମଲ୍ଲିକ, ଅନନ୍ତ ମାଝୀ, ବୈଲୋଚନ ନାୟକ, ପ୍ରଫୁଲ୍ଲ ନାୟକ, ଖଗେଶ୍ୱର ମହାନ୍ତି, ପ୍ରଦୀପ୍ତ ସାହୁ, ଶିଶିର ବିଶ୍ଵାଳ, ବାପୁଜୀ ସା, ବିଜୟ କେତନ ରାଉତ, ଅଜିତ ନାୟକ, ପ୍ରଶନ୍ନଜିତ୍ ନାୟକଙ୍କ ସମେତ ଅନେକ ଟ୍ରକ୍ ମାଲିକ ଉପସ୍ଥିତ ଥିଲେ।