ଦୁଇ ସାଇବର ଠକ ଗିରଫ: ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): କେ.ନୂଆଗାଁ ଥାନା ପୋଲିସ ଚାଲାକି ର ସହ ବ୍ୟବସାୟୀ ଙ୍କୁ ଟାର୍ଗେଟ କରି ସାଇବର ଠକେଇ କରୁଥିବା ଦୁଇ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.ଗିରଫ ଦୁଇ ଯୁବକ ହେଲେ ଦିଗପହଣ୍ଡି ଥାନା ଧେରାଣ୍ଡି ଗ୍ରାମ ର ମୋନଜ ଗୌଡ଼ ଓ ଜଳମେରୀପଲ୍ଲୀ ଗ୍ରାମ ର ସନ୍ତୋଷ କୁମାର ପ୍ରଧାନ.ଡିସେମ୍ବର 20 ତାରିଖ ରେ ଝଗଡା ଗ୍ରାମ ର ୱେଲଡ଼ିଙ୍ଗ ଦୋକାନୀ ଶଙ୍କର ରାଉଳ ଙ୍କ ଗ୍ରାହକ ଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ କୁ ଆଧାର କରି ପୋଲିସ ଛାନ ଭିନ୍ ଆରମ୍ଭ କରି ଏହି କରିତକର୍ମା ଙ୍କ ଚାଲାକି ପଣିଆ ଦେଖି ସ୍ତବ୍ଧ ମଧ୍ୟ ହୋଇଥିଲା.ମୋନଜ 10 ମ ଶ୍ରେଣୀ ପଢିଥିବା ବେଳେ ସନ୍ତୋଷ ଅଷ୍ଟମ ଶ୍ରେଣୀ ପାସ କରିଛି.କିନ୍ତୁ ସେମାନଙ୍କ  ବିଚକ୍ଷଣ ବୁଦ୍ଧି ର ଶିକାର ହୋଇଛନ୍ତି ଚିକିଟି ଆଞ୍ଚଳ ର ବ୍ୟବସାୟୀ.ଅଭିଯୁକ୍ତ ମାନେ 147 ଜଣ ଲୋକଙ୍କ ଠାରୁ ଠକେଇ କରିଥିବା ପୋଲିସ ସୂଚନା ଦେଇଥିବା ବେଳେ ପିତାତଳି ପଞ୍ଚାୟତ ସରପଞ୍ଚ ଏ.ରାଙ୍ଗା ରାଓ ଙ୍କ ଠାରୁ ମଧ୍ୟ ଲୁଟି ନେଇଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତ ମାନେ ଧାନଘର ଛକ ର ବିଭିନ୍ନ ଦୋକାନ ଗୁଡିକ ହୋର୍ଡିଙ୍ଗ ରେ ରହିଥିବା ଜିଓ ନମ୍ବର ଗୁଡିକୁ ମାଈ ଜିଓ ଅପ ର ଆକାଉଣ୍ଟ ଅପଡେଟ ରେ ଲିଙ୍କ କରି ଦୋକାନୀ ଙ୍କୁ ଡେ଼ଲିଭେରୀ ବୟ ର ପରିଚୟ ଦେଇ ଓ ଟି ପି ଚତୁରତା ର ସହ ସଂଗ୍ରହ କରିଛନ୍ତି.ସେହି ଓ ଟି ପି ସହାୟତା ରେ ଦୋକାନୀ ମାନଙ୍କ କଲ ରେଜିଷ୍ଟର ସଂଗ୍ରହ କରି ଠକେଇ କରିବାରେ ସଫଳ ହୋଇଛନ୍ତି.ଏହା ସହାୟତା ରେ ବିଭିନ୍ନ ଦୋକାନୀ ଙ୍କ  ଗ୍ରାହକ ଙ୍କୁ ଦୋକାନୀ ହିସାବ ରେ ଫୋନ କରି ଆର୍ଥିକ ଠକେଇ କରିଛନ୍ତି.ପୋଲିସ ଧାନଘର ଛକ ର ଏହି ଦୋକାନ ଏବଂ କିଛି ଗ୍ରାହକ ଙ୍କ ସହ ଆଲୋଚନା କରି ଘଟଣା ର ସତ୍ୟା ସତ୍ୟ ପଦାକୁ ଆଣିଛି. ପୋଲିସ ମୋନଜ ନିକଟରୁ 10 ହଜାର ଟଙ୍କା,ସନ୍ତୋଷ ନିକଟ ରୁ 4.500 ଟଙ୍କା ସହିତ ଉଭୟ ଙ୍କ ନିକଟ ରୁ ଫୋନ ପେ ଟ୍ରଞ୍ଜେକସନ ସ୍କ୍ରିନ ସଟ ସହ ଦୁଇ ଦାମୀ ମୋବାଇଲ ଜବତ କରି ମଙ୍ଗଳ ବାର କୋର୍ଟ ଚାଲାଣ କରିଥିବା ଆଇ ଆଇ ସି କିଶୋର କୁମାର ସାମଲ ସୂଚନା ଦେଇଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ