ଦୃଷ୍ଟିହୀନ ବିଦ୍ୟାଳୟରେ ଉତ୍କଳ ଦିବସ
ବାଲେଶ୍ୱର,(ସରୋଜ ପଣ୍ଡା): ରାଣୀପଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ୦୧ ଏପ୍ରିଲ ୨୦୨୬ ତାରିଖରେ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଦିବାକର ସ, ପ୍ରଧାନ ଶିକ୍ଷକ ଶ୍ରୀ ନବୀନ ବେହେରା ସହ ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଉତ୍କଳର ମହାନ ବୀର ସୂରୀ ମାନଙ୍କୁ ସ୍ମରଣ କରି ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ପରବର୍ତ୍ତୀକାଳରେ ଛାତ୍ରଛାତ୍ରୀମାନେ ଉତ୍କଳ ଦିବସ ବନ୍ଦନା ଗାନ ପରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଭାଷାର ଗୌରବ ବିଷୟରେ ଭାଷଣ ପରିବେଷଣ କରିଥିଲେ। ନିର୍ଦ୍ଦେଶକ ତାଙ୍କ ଉଦବୋଧନ ରେ ଓଡ଼ିଆ ଭାଷାର ମହତ୍ତ୍ୱ ଓ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ଦାୟିତ୍ୱ ବିଷୟରେ କହିଥିଲେ। ପ୍ରଧାନ ଶିକ୍ଷକ ମଧ୍ୟ ଉତ୍କଳ ଦିବସର ଐତିହାସିକ ପ୍ରସଙ୍ଗ ଉଲ୍ଲେଖ କରି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ସଂସ୍କୃତି ପ୍ରତି ଗୌରବବୋଧ ଜାଗ୍ରୁତ କରିବାକୁ ଆହ୍ୱାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଶିକ୍ଷକ ଓ କର୍ମଚାରୀମାନଙ୍କ ସମନ୍ୱୟରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା ଏବଂ ସମସ୍ତଙ୍କ ମନରେ ଓଡ଼ିଆ ଜାତୀୟତାର ଗର୍ବକୁ ଆହୁରି ଦୃଢ଼ କରିଥିଲା।ପରେ ପରେ ସମସ୍ତ ଛାତ୍ର ଛାତ୍ରୀ ମାନଂକୁ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷିକା ଓ କର୍ମଚାରୀ ମାନେ ପଦ୍ମବତୀ ପାର୍କ ପରିଦର୍ଶନରେ ଆମୋଦ ପ୍ରମୋଦରେ ବୁଲାଇ ନେଇଥିଲେ। ପିଲାମାନେ ଭରପୁର ଆନନ୍ଦ ଉପଭୋଗ କରିଥିଲେ।


