ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପରାମର୍ଶକ୍ରମେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଓଡିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ କେ.ଓମ୍‍.ନାରାୟଣ ରାଓ, ପିଙ୍କୁ କୁମାର ସାହୁ, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ଡଃ ଜୟପ୍ରଦା ମହାପାତ୍ର, ବି.ପାଣ୍ଡବ ରେଡି, ସନାତନ ପ୍ରଧାନ, ବସନ୍ତ ମାଝୀ, ସତ୍ୟଜିତ୍‍ ମିଶ୍ର, ଇତିଶ୍ରୀ ପଣ୍ଡା, ଚାନ୍ଦିନୀ ସେଠୀ, ଲକ୍ଷ୍ମୀ ଦୋରା, ସତ୍ୟଭାମା ସିଂ, ଶିବାନୀ ପାଳ, ପୂଜା ବିଷୋୟୀ, ସୁମିତ୍ରା ସ୍ୱାଇଁ, ସବିତା ପ୍ରଧାନ, ଲୋପାମୂଦ୍ରା ମହାପାତ୍ର, ବିଚିତ୍ର ମୋହନ ଦାଶ ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନ ଉପରେ ଆଲୋକପାତ କରିବା ସାଙ୍ଗକୁ ସମୃଦ୍ଧ ଓଡିଶା ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ