ପୃଥକ୍ ଦୁର୍ଘଟଣା: ୨ ମୃତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ତଥା ଥାନା ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା,ଏକ ମାଲ୍ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଜଣେ ୭ ବର୍ଷର ଶିଶୁର ମୃତ୍ୟ ହୋଇଥିବା ଜଣାପଡିଛି,ଶିଶୁ ଜଣକ ପାତ୍ରଗୁଡା ଗ୍ରାମର ଧର୍ମେନ୍ଦ୍ର ସାହୁ ଙ୍କ ପୁଅ ହମିର ସାହୁ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ପାତ୍ରଗୁଡା ଗ୍ରାମର ମୂଖ୍ୟ ରାସ୍ତା ଉପରେ ସୋମବାର ଦିନ ଟ୍ରକଟି ହମିରକୁ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇଥିଲେ ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାକୁ ପ୍ରାଥମିକ ଚିକିତ୍ସା କରିବା ପରେ ତାର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ହମିରର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ମାନେ ଦୁର୍ଘଟଣା ଘଟଇଥିବା ଟ୍ରକକୁ ଅଟକ ରଖିବା ସହ ଉତେଜନା ସୃଷ୍ଟି ହେଇଥିଲା,ମୁନିଗୁଡା ପୋଲିସ ପାତ୍ରଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କଲା ପରେ ଗ୍ରାମବାସୀ ମାନେ ଶାନ୍ତ ହୋଇଥିଲେ। ଉକ୍ତ ଟ୍ରକଟି ମାଲ ବୋଝେଇ ହୋଇ ଆନ୍ଦ୍ରପ୍ରଦେଶର ବିଶାଖାପାଟଣାରୁ କଳାହାଣ୍ଡିର ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସେହିପରି ମୁନିଗୁଡା ଥାନା ତଥା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ରିକ୍ସା ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳେ ଏକ ଡାଲା ଅଟୋ ରିକ୍ସା ହାଟମୁନିଗୁଡା ରୁ ପାଇକଡାକୁଲୁଗୁଡା ଫେରିବା ବାଟରେ ଡାକୁଲୁଗୁଡା ନଦୀ ବୁଲାଣି ଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା ଯାହାଫଳରେ ଅଟୋରେ ବସିଥିବା କୃଷ୍ଣ ତୁଇକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆହତ ରମେଶ ତୁଇକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଷମ କଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରାଯାଇଛି । ଘଟଣା ସଂକ୍ରାନ୍ତରେ ଖବର ପାଇ ମୁନିଗୁଡା ପୋଲିସ୍ ଘଟଣା ସ୍ଥଳରେ ପହଁଛି ଶବ ଜବତ କରିଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ ଚଳାଇଛି ।


