ଗୋ ବୋଝେଇ ଗାଡି ଜବତ : ଅଣ ନିଶ୍ୱାସୀ ହୋଇ ଦୁଇ ଗାଈ ମୃତ
ଚିକିଟି (ଓ୍ବାଇଏନଏସ): କେ.ନୂଆଗାଁ ଥାନା ଚିକିଟି ପେଣ୍ଠ ମୁଖ୍ୟ ବଜାର ରେ ଶନିବାର ଗୋ ବୋଝେଇ ଟାଟା ଏସି କୁ ଯୁବ ଗୋଷ୍ଠୀ ଅଟକେଇଥିଲେ। ସେଥିରେ ବିପଦ ଜନକ ଅବସ୍ଥା ରେ ଲଦା ଲଦି ହୋଇ ଗୋଟିଏ ମଇଁଷି ଓ 16 ଟି ଗାଈ ରହିଥିବା ଦେଖିବାକୁ ମିଳିଥିଲା.ଫଳରେ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି.ଗାଈ ଗୁଡିକ ପଡୋଶୀ ଆନ୍ଧ୍ର ପ୍ରଦେଶ ହାଟ କୁ ବିକ୍ରି ପାଇଁ ନିଆ ଯାଉଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ଅଟକା ଯାଇଥିଲା। ଦୈନିକ ଏକାଧିକ ଗାଡି ଏପରି ଚାଲାଣ ହେଉଥିବା ବେଳେ ପ୍ରଶାସନ ଜାଣି ଅଜଣା ହେଉଥିବା ଅଭିଯୋଗ ମଧ୍ୟ ହୋଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ଗାଡିକୁ ଜବତ କରିଥିବା ବେଳେ ଗାଡି ରେ ବସିଥିବା ଡ୍ରାଇଭର ସହ ଅନ୍ୟ ଜଣେ ଲୋକ ଫେରାର ଅଛନ୍ତି.ଗାଈ ଗୁଡିକ ସୁରକ୍ଷା ଦୃଷ୍ଟି ରୁ ଦିଗପହଣ୍ଡି ବ୍ଲକ ମୌଳାଭଞ୍ଜା ଗୋ- ଶାଳା କୁ ସ୍ଥାନାନ୍ତର କରାଯାଇଛି। ଗାଈ ଗୁଡିକୁ ଗାଡି ରୁ ବାହାର କରିବା ବେଳେ ଅଣ ନିଶ୍ୱାସୀ ହୋଇ ଦୁଇ ଗାଈ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି ଗାଈ ଗୁଡିକ ର ମୁହଁ,ବେକ,ଗୋଡ଼ କୁ ରଶିରେ ବାନ୍ଧି ଲଦାଲଦି କରି ଅଣ ଓସାରିଆ ଗାଡି ରେ ରଖିବା ଫଳରେ ଅଣ ନିଶ୍ୱାସୀ ହୋଇ ଦୁଇ ଗାଈ ମୃତ୍ୟୁ ବରଣ କରିଥିବା ବେଳେ ମାନବିକତା ହଜିଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।


