ଗ୍ରାମବାସୀ ଓ ମନ୍ଦିର କମିଟି ପ୍ରସ୍ତୁତ ବୈଠକ

ବଲାଙ୍ଗିର,(ଓ୍ବାଇଏନଏସ): ପଶ୍ଚିମ ଓଡିଶାର ଅତି ପରିଚିତ ଦେବୀ ପୀଠ ହଜାର ବର୍ଷ ର ପୁରୁଣା, ଲୋଇସିଂହା ନିର୍ବାଚନ ମଣ୍ଡଳି କୁଶଙ୍ଗ ଗ୍ରାମରେ ମାଁ କୁଶଙ୍ଗାଇ ଦେବୀ ଏବଂ ମନ୍ଦିର ଓ ଗ୍ରାମ କମିଟି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ଦଶହରା ଏବଂ ୧୬ପୂଜା ବଏଲ ଯାତ୍ରା ରାଜ୍ୟ ବାହାରୁ ଏବଂ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କର ସୁଅ ଛୁଟିଥିଲା । ଏହି ଐତିହ୍ୟ ପୀଠ ମାଁ କୁଶଙ୍ଗାଇ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ସୁରୁଖୁରୁ ରେ ଉଦ୍‌ଯାପିତ ହୋଇଥିଲା । ଏହି ଅବସରରେ ମନ୍ଦିର କୁଶଙ୍ଗ ର ଗ୍ରାମବାସୀ କମିଟିକୁଶଙ୍ଗ ମନ୍ଦିର କମିଟି ମାଁ ଙ୍କର ପୀଠରେ ନୂତନ ଭାବେ ରୂପା ଝାଉଣିର ପରଭା ନିର୍ମାଣ ପାଇଁ ଗ୍ରାମ କମିଟି ନିସ୍ପତ୍ତି ନିଆଯାଇଛି । ଚଳିତ ଚୈତ୍ର ପୂର୍ଣ୍ଣିମାରେ ପରଭା ଦର୍ଶନ ଆକର୍ଷଣ କରିବା ବୋଲି ସ୍ଥିର କରାଗଲା ।  ଅଂଚଳବାସୀ ମଧ୍ୟ ମାଁ ସହିତ ରୂପା ପରଭା ମଧ୍ୟ ଦର୍ଶନ କରିପାରିବେ ବୋଲି ସମସ୍ତଙ୍କ ଆଶା । ଏଥିରେ କୁଶଙ୍ଗ ଗୌନ୍ତିଆ ବୃନ୍ଦାବନ ପଟେଲସରପଂଚ ଓ ଗ୍ରାମ କମିଟିକୁଶଙ୍ଗ ର ମନ୍ଦିର କମଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଡା. ରୁଦ୍ର ନାରାୟଣ ପଟେଲଙ୍କ ନେତୃତ୍ୱରେ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟିର ବିଭିନ୍ନ ସମୟରେ ଐତିହାସିକ ପୀଠ ସରକାରଙ୍କୁ ବିଭିନ୍ନ ସମୟରେ ଅନୁଦାନ ଦାବି କରି ଆସୁଥିବା ବେଳେ କୁଶଙ୍ଗାଇ ଦେବୀ ପୀଠକୁ ଉନ୍ନତିକରଣ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଅବସରରେ କୁଶଙ୍ଗାଇ ମନ୍ଦିର କମିଟି ସମ୍ବର୍ଦ୍ଧିତ କରିଥିଲେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ଓ ଉପସଭାପତି ପ୍ରଶାନ୍ତ ମହାକୁର ଙ୍କୁ ଏବଂ ଗ୍ରାମର ଭକ୍ତମାନଙ୍କ ସହମତି କ୍ରମେ ସାହାଯ୍ୟ ର ହାତ ବଢାଇଥିଲେ । ଏହି ବୈଠକରେ ସଭାପତି ରତନଲାଲ ପୃଷ୍ଟି ସଭା ଆହ୍ୱାନ କରିଥିଲେ ଓ ସଭା ସାଙ୍ଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ