ରାସ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କୁଜାସିଙ୍ଗି ଗ୍ରାମ ପଞ୍ଚାୟତର ଜୟନ୍ତା ଭୂୟାଁ ସାହି ଗ୍ରାମରେ ପ୍ରାୟ ୨୫୦ ଗୋଟି ଘର ରହିଛି. ଏହି ଗ୍ରାମରେ ଜନସଂଖ୍ୟା ପ୍ରାୟ ୬୦୦ ଲୋକ ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗମନାଗମନ ନିମନ୍ତେ ପକ୍କା ରାସ୍ତାଟିଏ ତିଆରି ହୋଇ ପାରିନାହିଁ । ଯାହା ଫଳରେ ଛାତ୍ରଛାତ୍ରୀମାନେ କୁଜାସିଙ୍ଗି ଉଚ୍ଚ ବିଦ୍ୟାଳୟକୁ ବହୁତ କଷ୍ଟରେ ଯିବା ଆସିବା କରୁଛନ୍ତି ଏବଂ ଗର୍ଭବତୀ ମହିଳା ପ୍ରସବକାଳୀନ ସମୟରେ ଅବା ବୃଦ୍ଧବ୍ୟକ୍ତିମାନେ ବାର୍ଦ୍ଧକ୍ୟ ଭତ୍ତା ନେବା ଆଣିବା ସମୟରେ ଓ ସାଧାରଣ ଲୋକେ ପଞ୍ଚାୟତକୁ ଖାଉଟି ଚାଉଳ ପାଇଁ ଯିବା ସମୟରେ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଥି ନିମନ୍ତେ ଗତ ତା.୨୪.୦୧.୨୦୨୪ ମସିହାରେ କୁଜାସିଙ୍ଗି ଠାରୁ ଜୟନ୍ତା ଭୂୟାଁ ସାହି ପର୍ଯ୍ୟନ୍ତ ମୋଟ ୯କି.ମି ଯାଏଁ ମାପଚୁପ କରାଯାଇଥିଲା. କିନ୍ତୁ କୁଜାସିଙ୍ଗି ଠାରୁ କୁଣ୍ଡେଇସିଙ୍ଗି ପର୍ଯ୍ୟନ୍ତ ରାସ୍ତା କାମ ବନ୍ଦ କରାଯାଇଛି. ଅବଶିଷ୍ଟ ୪କି.ମି ରାସ୍ତା ନିର୍ମାଣ କରାଯାଉନାହିଁ. ଫଳରେ ରାସ୍ତାଟି ଅସଂପୂର୍ଣ ଭାବରେ ଅଛି । ତେଣୁ ସେହି ଅସମ୍ପୂର୍ଣ୍ଣ ରାସ୍ତାକୁ ତୁରନ୍ତ ସଂପୂର୍ଣ କରାଯିବା ଦାବି ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ।


