ମ୍ୟୁନସିପାଲଟିରେ ସାନ ଓ ବଡ ନୋଳିଆନୂଆଗାଁକୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ଗ୍ରାମବାସୀଙ୍କ ଦାବି

ଛତ୍ରପୁର, (ଓ୍ବାଇଏନଏସ)  : ଛତ୍ରପୁର ମ୍ୟୁନସିପାଲଟିରେ ଅଗସ୍ତିନୂଆଗାଁ ପଂଚାୟତର ସାନନୋଳିଆ ନୂଆଗାଁ ଓ ବଡ ନୋଳିଆନୂଆଗାଁକୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ଦାବି କରିଛନ୍ତି । ଏସଂକ୍ରାନ୍ତରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସଙ୍କ ନେତୃତ୍ୱରେ ପଂଚାୟତ ସମିତିସଭ୍ୟ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ କିରଣ କୁମାରୀ ଦାସ, ପଂଚାୟତ ସରପଂଚ ଉର୍ମିଳା ଦାସ ଏବଂ ୱାର୍ଡମେମ୍ବରଙ୍କ ଦସ୍ତଖତ ଥିବା ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଡିଓଙ୍କୁ ପ୍ରଦାନ କରିଛନ୍ତି ନିକଟରେ ଛତ୍ରପୁର ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନସିପାଲଟି ଘୋଷଣା କରିଛନ୍ତି । ଏହିକ୍ରମରେ ଏନ୍‌ଏସି ପରିପାଶ୍ୱର୍ରେ ଥିବା ପୋଡାପଦର, ଚିକଲଖଣ୍ଡି, କଣମଣା ଓ ଅଗସ୍ତିନୂଆଗାଁ ପଂଚାୟତର କିଛି ଗ୍ରାମକୁ ନେଇ ଛତ୍ରପୁର ମ୍ୟୁନସିପାଲଟି ହେବ । ଏହାକୁ ସ୍ୱାଗତ କରୁଛୁ । ହେଲେ କିଛି ସୂଚନା ପ୍ରକାରେ ଅଗସ୍ତିନୂଆଗାଁ ପଂଚାୟତର ୨ ଗୋଟି ମତ୍ସ୍ୟଜୀବୀ ଗ୍ରାମ ତଥା ସାନନୋଳିଆ ନୂଆଗାଁ ଓ ବଡ ନୋଳିଆନୂଆଗାଁକୁ ମଧ୍ୟ ମ୍ୟୁନସିପାଲଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଉଛି । ଏହାକୁ ଆମ ୨ ଖଣ୍ଡ ଗ୍ରାମବାସୀ ସହମତି ପ୍ରକାଶ କରୁନାହୁଁ । ବହୁବର୍ଷ ଧରି ଆମ୍ଭର ୨ଟି ଗାଁ ପଂଚାୟତ ପ୍ରଶାସନ ଅଧୀନରେ ରହି ବିଭିନ୍ନ ପ୍ରକାର ସରକାରୀ ସହାୟତା ପାଉଅଛୁ । ଏଣୁ ଆମ ୨ଟି ସଂପୂର୍ଣ୍ଣ ମତ୍ସ୍ୟଜୀବୀ ପରିବାରର ସମୁଦ୍ରରୁ ମାଛମାରି ଜୀବନ ଜୀବିକା ନିର୍ବାହ କରୁଛୁ । ମ୍ୟୁନସିପାଲଟିରେ ଅନ୍ତର୍ଭୁକ୍ତ ହୋଇ ବିଭିନ୍ନ ଟେକ୍ସ ସହ ଆର୍ଥିକ ଭାର ବହନ କରିପାରିବୁ ନାହିଁ ବୋଲି ୨ ଟି ଗ୍ରାମବାସୀ ଆଜି ସୂଚନା ମିଳଥିବା ପ୍ରସଙ୍ଗକୁ ସଂପୂର୍ଣ୍ଣ ବିରୋଧ କରିଛନ୍ତି । ଏପ୍ରସଙ୍ଗରେ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଅକ୍ଷୟ ସ୍ୱାଇଁ,  ୱାର୍ଡମେମ୍ବର ଡି.ଏରେୟା, ଏ.କାଲମା, ଏ.ପାପାମ୍ମା ଓ ଏ.ଧର୍ମା, ଏ,ଗୁରେୟା,ଏ.ସନ୍ୟାସୀ, ବି.ମୁସଲେୟା,ଏସ୍‌.ଗୁରେୟାଙ୍କ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ