ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ସଂସ୍କୃତ ଶିକ୍ଷକ ଏସ୍.ପ୍ରିୟବ୍ରତଙ୍କୁ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଛତ୍ରପୁର ଅନ୍ସ୍ଳୋ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇସାରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶିକ୍ଷକମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ସକାଶେ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଆସିକା ବ୍ଳକ ଅଧିନସ୍ଥ ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଏସ୍.ପ୍ରିୟବ୍ରତ ବାରିକ ଶ୍ରେଷ୍ଠ ଶିକ୍ଷକ ରୂପେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ସମ୍ମାନିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଶ୍ରେଷ୍ଠ ସଂସ୍କୃତ ଶିକ୍ଷକ ରୂପେ ସମ୍ମାନିତ ହୋଇଥିବା ଏସ୍.ପ୍ରିୟବ୍ରତ ବାରିକଙ୍କୁ ଚିନିଶିଳ୍ପ ହାଇସ୍କୁଲ ବାବନପୁରର ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ବେହେରା, ରଂଜନ କୁମାର ପାତ୍ର, ସଲମନ୍ ମାଝୀ, ଆକାଶ ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷକ ପ୍ରତିଭାଙ୍କୁ ସମ୍ମାନ ପ୍ରଦାନ କରିବା ଲକ୍ଷ୍ୟରେ ଗତବର୍ଷ ଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା । ଏହି ଯୋଜନାରେ ଶ୍ରେଷ୍ଠ ସଂସ୍କୃତ ଶିକ୍ଷକ ରୂପେ ସମ୍ମାନିତ ହୋଇଥିବା ବାବନପୁର ଚିନିଶିଳ୍ପ ହାଇସ୍କୁଲର ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ଏସ୍.ପ୍ରିୟବ୍ରତ ବାରିକ ସଂସ୍କୃତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଥିବା ଜଣାପଡିଛି । ଚିନିଶିଳ୍ପ ହାଇସ୍କୁଲ ବାବନପୁର ସଂସ୍କୃତ ଶିକ୍ଷକ ଏସ୍.ପ୍ରିୟବ୍ରତ ବାରିକଙ୍କ ଉଚ୍ଚକୋଟୀର ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ଶୈଳୀର ଐତିହାସିକ ସଫଳତା ସ୍ୱରୂପ ତାଙ୍କୁ ଏହି ସମ୍ମାନଜନକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି ।


