ଶଶ୍ମାନ ଘାଟକୁ ଦଖଲମୁକ୍ତ ଓ ଅବାଧ ଦେଶୀ ମଦବିକ୍ରି ତୁରନ୍ତ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଶଶ୍ମାନ ଘାଟ ଜମିକୁ ଜବରଦଖଲ ଓ ଅବାଧ ମଦବିକ୍ରି,  ବିଦ୍ୟାଳୟର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଗତକାଲି ଗୁରୁବାର ଅପରାହ୍ନରେ ୫୦ରୁ ଊର୍ଦ୍ଧ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଲିଖୂତ ଅଭିଯୋଗ କରିଥିଲେ । ଗୋବିନ୍ଦପୁର ମୌଜାର ଶ୍ମଶାନ ଘାଟ ଓ ଗୋଚର ଜମିକୁ ଗ୍ରାମର ମଦନ ଦଳବେହେରା ଓ ଧ୍ରୁବା ନାୟକ କିଛି ବର୍ଷ ହେଲା ଜବରଦସ୍ତି ନିଜ ଦଖଲକୁ ନେଇ ଚାଷ କରି ଆସୁଛନ୍ତି । ଗ୍ରାମବାସୀ ବହୁବାର କହିଥିଲେ ମଧ୍ୟ ସେମାନେ ଭକ୍ତ ଜମିକୁ ଛାଡୁନାହାନ୍ତି। ଓଲଟା ଆଦିବାସୀ ହୋଇଥିବାରୁ ଅଧିକ କିଛି କହିଲେ ପରିସ୍ଥିତି ଭୟାବହ ହେବ ଧମକ ଦେଉଛନ୍ତି. ସେହିପରି ପଞ୍ଚାୟତରେ ୧୦ ବର୍ଷ ହେବ ସରକାରୀ ଦେଶୀ ମଦଭାଟି ସହ ବେଆଇନ ଭାବେ ବିକ୍ରି ହେଉଥିବା ଚୋରା ମଦ କାରବାର ବନ୍ଦ କରାଯାଇଥିଲା। ହେଲେ ପୁଣି ଚିତ୍ରସେନ ବେହେରା ଏବଂ ଦିଗାମ୍ବର ବେହେରା ନାମକ ଦୁଇଜଣ ଚୋରାରେ ପ୍ୟାକେଟ ମଦ ବ୍ୟବସାୟ କରୁଛନ୍ତି । ଗ୍ରାମରେ ମଦ ନ ବିକିବା ପାଇଁ ନିଷ୍ପରି ନିଆଯାଇଥିଲେ ମଧ୍ୟ ସେମାନେ ବେଫିକର ହୋଇ ଏପରିକି ବିଦ୍ୟାଳୟ ସମ୍ମୁଖରେ ଚୋରା ମଦ ବିକ୍ରି କରୁଛନ୍ତି । ସେହିପରି ଗ୍ରାମରେ ଥିବା କ୍ଷେତ୍ରୀସାହୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଶୈଳୀକୁ ନେଇ ବାରମ୍ବାର ପ୍ରଶାସନ ଓ ଶିକ୍ଷାବିଭାଗରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ପ୍ରଧାନଶିକ୍ଷକ ବିଦ୍ୟାଳଯକୁ ମନଇଚ୍ଛା ଆସୁଥିବା ଅଭିଯୋଗ କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ଅନୁପସ୍ଥିତି ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଆସିଥିଲା । ସେବେ ଠାରୁ ପ୍ରଧାନଶିକ୍ଷକ ଉପସ୍ଥାପନ ଖାତା ନିଜ ଅଧୀନରେ ରଖୁଛନ୍ତି । ଦୁଇ ବର୍ଷ ହେଲା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମଧ୍ୟ ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସମସ୍ତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଅବଗତ ହେବା ପରେ ତଦନ୍ତ କରାଯାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ