‘ଭୋକାଲ ଫର ଲୋକାଲ’ କାର୍ଯ୍ୟକ୍ରମ
ହାଟଡିହି, (ଓ୍ବାଇଏନଏସ): ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ହାଟଡିହି ବ୍ଲକ ଅଁରା ଗ୍ରାମରେ ‘ଭୋକାଲ ଫର ଲୋକାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ତଥା ଜିଲ୍ଲା ବିଜେପି ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଶାଳନିଆଁ ମଣ୍ଡଳ ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ, ବରିଷ୍ଠ କର୍ମକର୍ତ୍ତା ଧନେଶ୍ୱର ରାଉତ, ମହିଳା ନେତ୍ରୀ ମିନତୀ ମହାପାତ୍ର, ଦୀପ୍ତିମୟୀ ଖୁଣ୍ଟିଆ, ବରିଷ୍ଠ ବିଜେପି କର୍ମକର୍ତ୍ତା ଚତୁର୍ଭୁଜ ସ୍ୱାଇଁ, ବାବୁଲା କାଣ୍ଡି, ସୁରେନ୍ଦ୍ର ସାହୁ, ସୁଶାନ୍ତ ଜେନା, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମିତି ସଭ୍ୟ ତାରିଣୀ ସେନାପତିଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ ‘ଭୋକାଲ ଫର ଲୋକାଲ’ର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀର ବ୍ୟବହାର ଓ କିଣାବିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦେଶୀ ସାମଗ୍ରୀ ପରିବର୍ତ୍ତେ ନିଜ ଅଞ୍ଚଳର କୁଟୀର ଶିଳ୍ପୀ ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣିବାକୁ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ପାରମିତା ନାୟକ, ଉଷାରାଣୀ ସୁଆର, ସରସ୍ୱତୀ ନାୟକ, ଗୋପବନ୍ଧୁ ପଣ୍ଡା, କାଳନ୍ଦୀ ବେହେରା, ଅଭିମନ୍ୟୁ ପରିଡ଼ା ଓ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଊର୍ଦ୍ଧ୍ୱ ମହିଳା ଯୋଗଦେଇଥିଲେ। ଏଥିସହ ବିଭିନ୍ନ ଗ୍ରାମର ଉଦ୍ୟୋଗୀମାନେ ନିଜ ହାତରେ ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ କରିଥିଲେ।


