ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ସ୍ବେଚ୍ଛାସେବୀ ଡକ୍ଟର କୁମୁଦ ଚନ୍ଦ୍ର ବେହେରା
ବୁଗୁଡ଼ା, (ଅନୀଲ କୁମାର ମହାରଣା): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଇଣ୍ଡିଆ”ର ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା ସମ୍ମାନ ଜନକ ୟୁ.ଏନ୍. ବୁକ୍ ଅଫ୍ ୱର୍ଲ୍ଟ ରେ ସ୍ଥାନିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଡକ୍ଟର ବେହେରା ଦୀର୍ଘ ୩୦ ବର୍ଷ ଧରି ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ବିଭିନ୍ନ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, କୃଷି ଓ ଜଳଛାୟା ପ୍ରକଳ୍ପ ରେ ନିଜକୁ ସାମିଲ କରିବା ସହ ପ୍ରାୟ ୩୧ ହଜାର ଯୁବ ବର୍ଗକୁ ସାଂଗଠାନିକ ପ୍ରକ୍ରିୟାରେ ବିଶ୍ଵ ଶାନ୍ତିର ବାର୍ତ୍ତା ଦେଇ ସମାଜର ସ୍ରୋତରେ ସଫଳ ଭାବେ ଠିଆ କରାଇବା ପାଇଁ ଏହି ସମ୍ମାନ ପ୍ରାପ୍ତ କରିଛନ୍ତି। ଡକ୍ଟର ବେହେରା “ଇଣ୍ଡିଆ” ନାମକ ସମାଜ ସେବା ସଂସ୍ଥାର ସହାୟତାରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି , ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ସାମାଜିକ ସେବା ଓ ବିଶ୍ଵ ଶାନ୍ତିର ପ୍ରତିଷ୍ଠା ପାଇଁ ଅନବରତ ଚେଷ୍ଟାରତ ଥିବା ସହିତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସାମାଜିକ ସଂଗଠନ ସହ ଜଡ଼ିତ ରହିଛନ୍ତି। ଏତାଦୃଶ ସମ୍ମାନ ପାଇଁ ଡକ୍ଟର କୁମୁଦ ଚନ୍ଦ୍ର ବେହେରାଙ୍କୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି।


