ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷର ସମ୍ମାନର ଛାତ୍ରଛାତ୍ରୀମାନଙ୍କୁ ବିଭାଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ବିଭାଗୀୟ ମୁଖ୍ୟ ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ସ୍ୱାଇଁ ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ଲେଙ୍କା ଯୋଗ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳାକୁ ଜୀବନର ବ୍ରତ ରୂପେ ପାଳନ କରିବା ପାଇଁ ଉପଦେଶ ଦେଇଥିଲେ | ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ପ୍ରଭାତ କୁମାର ଶତପଥି , ତୁଷାର ଦାସ, ଦିନେଶ ଦାସ, ଚନ୍ଦ୍ରଶେଖର ପୁହାଣ, ଦୀନବନ୍ଧୁ ନାୟକ, ମନ୍ମଥ ବଳ, ଅଧ୍ୟାପିକା ମନଲୋଭା ପ୍ରଧାନ, ପ୍ରଜ୍ଞା ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ |